ନର୍ଲାରେ ଶ୍ୟାମ ବାବାଙ୍କ ଫାଲଗୁନ ମେଳା ଓ ନିଶାନ ପଦ ଯାତ୍ରା

ଶ୍ୟାମ ବାବାଙ୍କ ଭଜନରେ ଝୁମିଲେ ଭକ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଫଗୁଣର ଅପୂର୍ବ ରଙ୍ଗରେ ରଙ୍ଗାୟିତ ହେଉଛି ପରିବେଶ। ସବୁଆଡେ ଖୁସିର ସମ୍ଭାର। ଆଗକୁ ଆସୁଛି ଫଗୁ ଦୋଳଣ। ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଆରମ୍ଭ ହୋଇ ଯାଇଛି ଖାଟୁ ଶ୍ୟାମ ବାବାଙ୍କ ଫାଲଗୁନ ମେଳା। ଏହି ଅବସରରେ ଆଜି ଗୁରୁବାର ସନ୍ଧ୍ୟା ୬.୩୦ ସମୟରେ ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଅନୁପମ ମେରେଜ ପେଲେସ ପର୍ଯ୍ୟନ୍ତ ନିଶାନ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ନିଶାନ ପଦଯାତ୍ରାରେ ଯୁବ ଉଦ୍ୟୋଗପତି ବିମଲ କୁମାର କେଡିଆ, ହମେଶ କୁମାର ଜୈନ, ପୂରବ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଶୁଭମ ଅଗ୍ରୱାଲ, ଶୁଭମ ଜୈନ, ନିକୁଞ୍ଜ ଦତ୍ତା, ତୁଲସି ଅଗ୍ରୱାଲ, ଆକାଶ ଅଗ୍ରୱାଲ, ଅନୁରାଗ ଖେତାନ, ଅମିତ ଅଗ୍ରୱାଲ, ହୀରୁ ଶର୍ମା, ଦୀପକ ଜୈନ, ରମେଶ ଅଗ୍ରୱାଲ, ମୟୂର ଅଗ୍ରୱାଲ,ରୋହନ ଖେତାନ ପ୍ରମୁଖଙ୍କ ସମେତ ରୁପ୍ରାରୋଡ଼, ନର୍ଲା ଓ ନର୍ଲାରୋଡ଼ର ଶତାଧିକ ଶ୍ୟାମ ପରିବାରର ସଦସ୍ୟ ଏଥିରେ ଅଂଶ ଗ୍ରହଣ କରି ନିଶାନ ପଦଯାତ୍ରା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ପଦଯାତ୍ରାରେ ଖାଟୁ ଶ୍ୟାମ ଭକ୍ତ ମହିଳା ଓ ପୁରୁଷ ଭକ୍ତ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ମଙ୍ଗଳ ଆଳତି କରି ବାବାଙ୍କୁ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରି ଭଜନ ଓ ଜୟ ଗାନ କରି ମଞ୍ଚକୁ ଅଣା ଯାଇଥିଲା। ଏହାପରେ ରାୟପୁରରୁ ନିମନ୍ତ୍ରଣ ପାଇ ଆସିଥିବା ତିନି ଜଣିଆ ସ୍ଵତନ୍ତ୍ର ଭଜନ ଗାୟକ ଦଳ ସନ୍ଦୀପ ଅଗ୍ରୱାଲ, ବିନୟ ଅଗ୍ରୱାଲ, ସୁରେଶ ରାଜସ୍ଥାନୀ ଖାଟୁ ଶ୍ୟାମ ବାବାଙ୍କ ଭଜନ ପରିବେଷଣ କରିଥିଲେ। ଶ୍ୟାମ ବାବାଙ୍କ ଭଜନରେ ମନ୍ତ୍ରମୁଗ୍ଧ ହୋଇ ଶ୍ୟାମ ପରିବାରର ସଦସ୍ୟ ସଦସ୍ୟା ଆତ୍ମ ବିଭୋର ହୋଇ ଝୁମି ଉଠିଥିଲେ। ଶେଷରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.