ଶବର ଓ ସିଂ ପରିବାରର ଅନନ୍ୟ ମୈତ୍ରୀ ସଂପର୍କ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନକୁଟୀର ଆଶ୍ରମରେ ଚାଲିଛି ୬୬ତମ ବିଶ୍ଵଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମା ମେଳା ମହୋତ୍ସବ। ଏହି ଅବସରରେ ଶନିବାର ସନ୍ଧ୍ୟାରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ପୁରୁଷ ପୁରୁଷ ଧରି ମିତ ହୋଇଥିବା ଟୋଲବ୍ରାହ୍ମଣୀର ଶବର ପରିବାର ଏବଂ କୋକସରା ବ୍ଲକ ଖଲିଆ ଭଟାର ସିଂ ପରିବାର ଏକତ୍ରିତ ହୋଇ ମହିମା ଗୋସାଇଁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି। ବୈଦ୍ୟରାଜ ପବିତ୍ର ଶବର, ଚନ୍ଦ୍ରଶେଖର ଶବର, ଚନ୍ଦ୍ରମଣି ଶବର ଓ ମୋହନ ଶବରଙ୍କ ତତ୍ବାବଧାନରେ ମିତ ଘର ପରିବାରକୁ ବନ୍ଦାପନା କରି ସିଦ୍ଧି ରତ୍ନକୁଟୀର ଆଶ୍ରମ ସ୍ଥିତ ଧୁନି ମନ୍ଦିରକୁ ପାଛୋଟି ନେଇ ଯାଇଥିଲେ ଶବର ପରିବାରର ମହିଳା ଓ ପୁରୁଷମାନେ। ସେଠାରେ ସିଂ ପରିବାରର ରାମନାଥ ସିଂ, ହେମ ପ୍ରସାଦ ସିଂ, ନିଳାମ୍ବର ସିଂ, ଦିବାକର ସିଂ, ବଶିଷ୍ଠ ସିଂ, ବୈକୁଣ୍ଠ ସିଂ, ସୁମନ୍ତ ସିଂ ଓ ପରିବାରର ମହିଳା ପୁରୁଷମାନଙ୍କୁ ଯଥାମାନ୍ୟ କରାଯାଇଥିଲା। ବ୍ରହ୍ମ ଅବଧୂତ ଭଗବାନ ବାବା, ବ୍ରହ୍ମ ଅବଧୂତ କିଶୋର ଚନ୍ଦ୍ର ବାବା, ବ୍ରହ୍ମ ଅବଧୂତ ସନ୍ତୋଷ ବାବା, ସାଧୁ ପ୍ରଭାକର ବାବା ପ୍ରମୁଖ ଦୁଇ ପରିବାରକୁ ଆଶିର୍ବାଦ ଦେବାସହ ଏହି ମୈତ୍ରୀ ସଂପର୍କ ଆହୁରି ସୁଦୃଢ଼ ହେଉ ବୋଲି ମହିମା ଗୋସାଇଁଙ୍କ ଠାରେ ପ୍ରାର୍ଥନା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.