ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ନୂଆପଡ଼ା ବ୍ଲକର ଚଳିତ ମାସ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରାଯାଇଛି। ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଉପସ୍ଥିତ ରହି ଅବସପ୍ରାପ୍ତ ଶିକ୍ଷକ ଦୟାନିଧି ଶର୍ମା ଓ ଶିକ୍ଷୟିତ୍ରୀ ସବିତା ରଥଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିବା ସହ ଅବସରକାଳୀନ କାଗଜପତ୍ର ପ୍ରଦାନ କରିଥିଲେ। ନୂଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କାର୍ଯ୍ୟକ୍ରମରେ ନୂଆପଡ଼ା ବ୍ଲକର ସମସ୍ତ ସହଗୋଷ୍ଠୀ ଶିକ୍ଷା ଅଧିକାରୀ, ସାଧନ କେନ୍ଦ୍ର ସଂଯୋଜକ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.