ତାରାତାରିଣୀଙ୍କ ଚୈତ୍ରମାସ ଦ୍ବିତୀୟ ମଙ୍ଗଳବାର ଯାତ୍ରା

ପ୍ରବଳ ରୌଦ୍ର ତାପ ଓ ଗୁଳି ଗୁଳି ସତ୍ୱେ ଭକ୍ତଙ୍କ ଭିଡ଼  

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ରମାସର ଦୂତୀୟ ପାଳି ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ଆଜି ମା ମହାଲକ୍ଷ୍ମୀ ରୂପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ପ୍ରଚଣ୍ଡ ରୌଦ୍ର ତାପ ସତ୍ୱେ ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ଼ ଲାଗିରହିଛି। ମାନସିକଧାରୀ ଭକ୍ତ ମାନେ ନିଜ ପ୍ରଥମ, ଦ୍ୱିତୀୟ ସନ୍ତାନ ଙ୍କଚୁଟି ମଣ୍ଡନ କରାଇବା ନିମନ୍ତେ ରାତ୍ର ତିନି ଘଣ୍ଟ ସମୟରୁ ତଳେ ହୋଇଥିବା ବିଭିର୍ଣ୍ଣ ମୁଣ୍ଡନ ସ୍ଥାନ ରେ ସନ୍ତାନ ଙ୍କ ଚୁଟି ମୁଣ୍ଡନ କରି ପାହାଡ଼ ଉପରକୁ ଯାଇ ଲମ୍ବା ଧାଡିରେ ଠିଆ ହୋଇ ସକାଳ ୪ଘଣ୍ଟ ପରେ ମାଙ୍କ ମାଜଣାନିତି ମଙ୍ଗଳ ଆଳତି ପରେ ତାଙ୍କୁ ଦର୍ଶନ କରି ଆଶ୍ରିବାଦ ନେଇଛନ୍ତି । ଓ ଏବଂ ପରିବାର ସହିତ ଜଗତ ଓ ବିଶ୍ୱର ମଙ୍ଗଳ କାମନା ପାଇଁ ପାର୍ଥନା କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆସିଥିବା ଭକ୍ତ ମାନେକିପରି ଖରାରୁ ରକ୍ଷା ପାଇବେ ସେଥିପାଇଁ ଟିକଟ କାଉଣ୍ଟର, ମୁଣ୍ଡନ ସ୍ଥଳ, ଦର୍ଶନ ସ୍ଥାନ ମାନଙ୍କରେ ଟେଣ୍ଟ ର ବ୍ୟବସ୍ତା ସହିତ, ପ୍ରତେକ ସ୍ଥାନ ରେ ପାନୀୟଜଳ ଯୋଗାଣ, ଆଲୋକୀ କରଣ, ଉପରକୁ ଯିବା ନିମନ୍ତେ ବସ ର ବ୍ୟବସ୍ତା ମଧ୍ୟରେ ଶାନ୍ତିଶୃଙ୍ଖଳା ର ସହିତ କିପରି ମା ଙ୍କୁ ଦର୍ଶନ କରି ପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ଛତ୍ରପୁର, ଛତ୍ର ପୁର ଅତିରିକ୍ତ ଏସପି, ରଞ୍ଜିତ କୁମାର ପୃଷ୍ଟି, କିଛି ଏସ୍ଡ଼ିପିଓ ଓ ବହୁ ଥାନାର ଆଇ ଆଇସି, ଏସ ଆଇ, ହାବିଲଦାର ଓ କନେଷ୍ଟ ବଲ ଙ୍କ ସହ ପୁରୁଷୋତ୍ତମପୁର ତହସିଲଦାର ଲୋପମୁଦ୍ରା ରଥ, ପୁରୁଷୋତ୍ତମପୁର ବିଡ଼ିଓ ମନୋଜ ନାୟକଙ୍କ ସହ ଅନ୍ୟ ବ୍ଲକର ବିଡ଼ିଓ ତହସିଲଦାର ମାନେ ଏବଂ ପୁରୁଷୋତ୍ତମପୁର ଏନଏସି ଅଧିକାରୀ ଗୋବିନ୍ଦ ଦଣ୍ଡ ସେନାଙ୍କ ସହିତ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ଆଇ ଆଇସି ବିପିନ ବିହାରୀ ହୋତା, ଏସ ଆଇ ଙ୍କ ସହ ଥାନା ଷ୍ଟାଫ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି, ଓ ମୁଖ୍ୟ ସେବାୟତ ବାପୁଜୀ ରଣା, ତପନ କୁମାର ରଣା, ଜଗନ୍ନାଥ ରଣା, ଲମ୍ବୋଦର ରଣା, ଜନାର୍ଦନ ରଣା, ଦୀପୁ ରଣା, ଅଶୋକ ରଣା,ପ୍ରକାଶ ରଣା,ଦୁର୍ଗା ପ୍ରସାଦ ରଣା, ଶିବ ରଣା, ଅମୂଲ୍ୟ ରଣା, ମିଟୁରଣା, ଦୁର୍ଗା ରଣା ଙ୍କ ସହ ସବୁ ସେବାୟତ, ଏନଜିଓ ଓ ସ୍ବେଛାସେବୀ, ଫାୟାର ବିଭାଗ, ଓଡ୍ରାଫ ଟିମ ଉପସ୍ଥିତ ରହି ଯାତ୍ରା କୁ ସୁଚାରୁ ରୂପେ ପରିଚାଳନା କରିଥିଲେ | ରାଜ୍ୟ ତଥା ରାଜ୍ୟ ବାହାର ର କୋଣ ଅନୁକୋଣ ରୁ ହଜାର ହାଜର ଭକ୍ତ ଙ୍କ ଭିଡ଼ ଲାଗିରହିଛି ମା ତାରାତାରିଣୀ ପୀଠ ରେ। ଭକ୍ତ ମାନେ ମନ୍ଦିର ର ବସ ଯୋଗେ ରୋପୱେ, ଓ ଏକ ହଜାର ସିଡ଼ି ବା ପାବଛ ଚଢ଼ି ମନ୍ଦିର ଉପରକୁ ଯାଇ ମାଙ୍କ ଦର୍ଶନ କରିଛନ୍ତି | ପ୍ରବଳ ଖରା, ଗରମ ହେଉ ଥିଲେ ମଧ୍ୟ ଭକ୍ତ ଙ୍କ ଭକ୍ତି, ବିଶ୍ୱାସ ଓ ମାନସିକ ଆଗରେ ଲକ୍ଷାଧିକ ଭକ୍ତଙ୍କ ସମା ଗମ ହୋଇଛି |

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.