ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ: ବିଜେଡିରୁ ପ୍ରଦୀପ, କଂଗ୍ରେସରୁ ବଳଭଦ୍ର, ବିଜେପିରୁ ଟିକେଟ ପାଇଲେ ରମେଶ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଅପ୍ରେଲ ପ୍ରଥମ ସପ୍ତାହ ଆରମ୍ଭ ହେବାକ୍ଷଣି ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଟିକେଟ ଘୋଷଣା ସରିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିଜେଡି ପ୍ରାର୍ଥୀ ଭାବେ ଦ୍ଵିତୀୟ ଥର ପାଇଁ ପ୍ରଦୀପ କୁମାର ଦିଶାରୀଙ୍କୁ ଟିକେଟ ଦିଆଯାଇଥିବାବେଳେ ମଙ୍ଗଳବାର ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କୁ ଟିକେଟ ଦିଆଯାଇଥିବାବେଳେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀଙ୍କୁ ଟିକେଟ ଦିଆଯାଇଛି। ଟିକେଟ ବଣ୍ଟନ ପରେ ତିନି ଦଳର ପ୍ରାର୍ଥୀ ଓ କର୍ମୀମାନେ ଏବେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.