ଲିଟିଜୋରରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ିର ସଂକଳ୍ପ ସମାବେଶ

ନିର୍ବାଚନୀ ଯୁଦ୍ଧ ପାଇଁ ପ୍ରସ୍ତୁତ ପ୍ରାର୍ଥୀ, ଉତ୍ସାହିତ କର୍ମୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ବିଗତ ପାଞ୍ଚ ଗୋଟି ନିର୍ବାଚନରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଲଗାତାର ଆଶିର୍ବାଦ ଦେଇ ଆସୁଛନ୍ତି। ଧର୍ମଗଡ଼ ବିଜେଡ଼ିର ଅଭେଦ୍ୟ ଦୁର୍ଗ ହୋଇ ସାରିଥିବାବେଳେ ଏହା ଯେପରି ଅକ୍ଷୁର୍ଣ୍ଣ ରହିବ ସେଥିପାଇଁ ଚାଲିଛି ସମର ସଜ୍ଜା। ନିର୍ବାଚନୀ ଯୁଦ୍ଧ ପାଇଁ ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ପୁରା ପ୍ରସ୍ତୁତ ଥିବାବେଳେ କର୍ମୀମାନେ ବେଶ୍ ଉତ୍ସାହିତ ଅଛନ୍ତି। ମଙ୍ଗଳବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ କଲମପୁର ବ୍ଲକ ଲିଟିଜୋର ଆମ୍ବ ବଗିଚାରେ  କର୍ମୀ ଓ କର୍ମକର୍ତ୍ତାଙ୍କୁ ନେଇ ସଂକଳ୍ପ ଦିବସ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ଅଭିମନ୍ୟୁ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଜିଲ୍ଲା ବିଜେଡ଼ି ସଭାପତି ତଥା ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେଡି କିପରି ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବ ଓ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ କର୍ମୀ ମାନଙ୍କୁ ସକ୍ରିୟ ହୋଇ ପ୍ରତି ବୁଥ୍ ରେ ବିଜୟୀ ହେବା ପାଇଁ ସଂକଳ୍ପ ଓ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜିତେନ୍ଦ୍ର ନାରାୟଣ ସିଂହଦେଓ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମହିଳା ସେଲ୍ ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, ସଦା ଚନ୍ଦନ ପ୍ରମୁଖ ମଞ୍ଚାସୀନ ରହି ବିଜେଡ଼ିକୁ ତୃଣମୂଳ ସ୍ତରରେ ସୁଦୃଢ କରି ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ ସଂକଳ୍ପ କରିଥିଲେ। ଏହି ସମାବେଶରେ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ନିର୍ମଳ ଭାବମୂର୍ତ୍ତି ଏବଂ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବ୍ୟକ୍ତିତ୍ଵ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ କଲମପୁର ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ସୁଧାଂଶୁ ଶେଖର ପଣ୍ଡାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ବିଜେପି ସମର୍ଥକ ବିଜେଡିରେ ସାମିଲ ହୋଇଥିଲେ। ଏହି ସମାବେଶରେ ଉପସ୍ଥିତ ବିଜେଡ଼ି କର୍ମୀମାନେ ବେଶ୍ ଉତ୍ସାହିତ ଥିବା ଦେଖା ଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.