ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ଜଗନ୍ନାଥ ମନ୍ଦିର ପରିସରରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆୟୋଜିତ ହୋଇଛି। ରବିବାର ନାମଯଜ୍ଞ ନିମନ୍ତେ ଶୁଭ କଳସ ସ୍ଥାପନ କରାଯାଇ ଥିଲା। ସୋମବାରଠାରୁ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ବୁଧବାର ସକାଳେ ନାମ ସମାପନ ଓ ପୂର୍ଣ୍ଣାହୁତି ହେବ। ନାମଯଜ୍ଞ ଫଳରେ ଗାଁ ପରିବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ହରେ କୃଷ୍ଣ ହରେ ରାମ ନାମରେ ଗୁଞ୍ଜରିତ ହେଇ ଉଠିଛି ଯଜ୍ଞସ୍ଥଳ। ଜନସାଧାରଣଙ୍କ ମନରେ ଭକ୍ତି ଭାବନା ଜାଗ୍ରତ ହୋଇ ବେଶ୍ ଉତ୍ସାହ ହେଉଥିବା ଦେଖିବାକୁ ମିଳିଛି। ଏହି ନାମ ଯଜ୍ଞରେ ସିର୍ଲିଗୁଡା, ଝରିଆଗୁଡା, କୁସୁମଖୁଣ୍ଟି, କାଉଡୋଲା, ଘୁର୍ଲୁଗୁଡା ବାଳିକା ସଂକିର୍ତ୍ତନ, ସନ୍ଦିମୁଣ୍ଡା, ନେଗୀଗୁଡା, ବାଞିବାହାଳ, ଚନ୍ଦାହାଣ୍ଡି ଲାଙ୍ଗପଡା ସଂକିର୍ତ୍ତନ ଆଦି ୯ଟି ଦଳ ଏଥିରେ ସାମିଲ ହୋଇଥିବା ସୂଚନା ରହିଛି। ଏହି ନାମଯଜ୍ଞରେ ଜଗନ୍ନାଥ ମନ୍ଦିର ପୂଜକ ଉମାଶଙ୍କର ଦାସ ପୂଜାକାର୍ଯ୍ୟ ତୁଲାଉଥିବା ବେଳେ ଗୋବିନ୍ଦ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ପୁରୋହିତ କର୍ତ୍ତା କାର୍ଯ୍ୟ ନିର୍ବାହ କରୁଛନ୍ତି। ପ୍ରତିଦିନ ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦର ବ୍ୟବସ୍ଥା ରହିଛି। ଶାନ୍ତି ଶୃଙ୍ଖଳା ନିମନ୍ତେ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆୟୋଜକ କମିଟି ସଭାପତି ମହେଶ୍ଵର ସରାବୁ, ଉପ-ସଭାପତି କଦମ୍ବ ଖର୍ସେଲ, ସମ୍ପାଦକ ଗିରିଧାରୀ ମାଝୀ, ସହ-ସମ୍ପାଦକ ନିଧିରାମ ମାଝି, କୋଷାଧ୍ୟକ୍ଷ ବିପ୍ର ନାଏକ ସମେତ ଗ୍ରାମବାସୀ ପୂଜା କାର୍ଯ୍ୟରେ ବିଶେଷ ସହଯୋଗ କରୁଛନ୍ତି।