ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଭୁବନେଶ୍ଵର ସ୍ଥିତ ଚ଼େତନା ଅନୁଷ୍ଠାନ ପକ୍ଷରୁ ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ପାଳନ ପରିପ୍ରେକ୍ଷୀରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଚ଼େତନା ସ୍ବତନ୍ତ୍ର ବିଦ୍ୟାଳୟର‌ ବିଦ୍ୟାର୍ଥୀମାନେ ଆମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ, ତା’ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସଭା ପ୍ରାରମ୍ଭରେ ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୁଷଣ ମହାପାତ୍ର ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଅତିଥି ଭାବେ ଖ୍ୟାତନାମା ମନସ୍ତତ୍ତ୍ୱବିଦ୍ ତଥା ଚ଼େତନା ଅନୁଷ୍ଠାନ ପରିଚାଳନା କମିଟି ସଦସ୍ୟ ପ୍ରଫେସର ଡ଼ଃ ଗୋପାଳ କୃଷ୍ଣ ନନ୍ଦ, ସମ୍ ଅଲଟିମେଟ ମେଡ଼ି କେୟାରର‌ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ବିରାଜ ମୋହନ ମିଶ୍ର, ୟୁଜିସି, ୟୁପିଏସସି,ଏଆଇସିଟିଇର ମୁଖପାତ୍ର ପ୍ରଫେସର ଡ଼ଃ ଜ୍ୟୋତିର୍ମୟ ମହାପାତ୍ର, ସମାଜସେବୀ ତଥା ଶିଶୁ ବିକାଶ ପରାମର୍ଶଦାତା ପ୍ରଫେସର ପି. ଯଶୋଧାରା, ସମାଜସେବୀ ତଥା ଆଇନଜୀବୀ ମନସ୍ମିତା ଜେନା ଯୋଗଦେଇ ସ୍ବପରାୟଣତା କ’ଣ, ତାହା କିପରି ରୋକାଯାଇପାରିବ, ଅଟିଜିମ୍ ବିଦ୍ୟାର୍ଥୀ ମାନଙ୍କ ସହ ଉତ୍ତମ ବ୍ୟବହାର ଓ ମିଳାମିଶା କଲେ, ସେମାନଙ୍କର ଉନ୍ନତି ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ। ଅଟିଜିମ ବିଦ୍ୟାର୍ଥୀ ମାନଙ୍କୁ କେମିତି ଶିକ୍ଷା ଦିଆଯାଇପାରିବ, ସେହି ବିଷୟରେ ପରାମର୍ଶ ଦେବା ସହ ସଚ଼େତନତା ବାର୍ତ୍ତା ଅତିଥିମାନେ ଦେଇଥିଲେ। ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ସ୍ବତନ୍ତ୍ର ଶିକ୍ଷା ବିଭାଗୀୟ‌ ମୁଖ୍ୟ ପ୍ରଫେସର ଡ଼ଃ ଭାଗିରଥି ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଶେଷରେ ଚ଼େତନା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିବସକୁ ପାଳନ କରିବା ଏବଂ ସାମାଜିକ ସଚେତନତା କରିବା ଉଦେଶ୍ୟରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ବିଦ୍ୟାର୍ଥୀ ଇଷତ ନୀଳ ରଙ୍ଗର ପୋଷାକ ପରିଧାନ କରିଥିଲେ ଏଥି ସହିତ ସମ୍ପୂର୍ଣ ଚେତନା ଅନୁଷ୍ଠାନକୁ ଇଷତ ନୀଳ ରଙ୍ଗର ପତାକା ଏବଂ ଇଷତ ନୀଳ ରଙ୍ଗର ଆଲୋକରେ ସୁସଜିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.