ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡାରେ ମୁସଲିମ କମିଟି ତରଫରୁ ବହୁତ ଧୁମଧାମରେ ଆଜି ଇଦ ପର୍ବ ପାଳିତ ହୋଇଯାଇଛି। ଏହି ପରିପେକ୍ଷୀରେ ମୁସଲିମ ଭାଇମାନେ ସମସ୍ତ କମିଟି ସଦସ୍ୟ ଓ ଅନ୍ୟ ମୁସଲିମ ଭାଇଙ୍କ ସହିତ ମସଜିଦରେ ନମାଜ ପଠା କରି ଇଦ ପର୍ବ ପାଳନ କରିଛନ୍ତି। ଏଥିରେ କମିଟିର ସଭାପତି ଗୁଲାମ ମହମ୍ମଦ, ଉପ ସଭାପତି ମହମ୍ମଦ ଅସଲାମ ଓ ଶିରାଜ ଖାନ, ମୁସଲିମ କମିଟି ସଦସ୍ୟ ଏମ. ଡି ଆବାସ, ସାହିଲ ଖାନ, ରାଜୁ ଖାନ, ସରଫରାଜ ଖାନ, ଏମ ଡି ୱାସିମ, ଏମ. ଡି ଆରିଫ, ଶାହରୁଖ ଖାନ, ଜାବେଦ ଖାନ, ଅବଦୁଲ ସୋଏବ ଖାନ ତଥା ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।