ଯାଦବ ସମାଜ ପକ୍ଷରୁ ବିଜେଡ଼ି ସାଂସଦ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ବ୍ଲକ ଯାଦବ ମହାସଭା ପକ୍ଷରୁ ଗୁରୁବାର ଯାଦବ ଭବନ ଠାରେ ବିଜେଡ଼ିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କ୍ରମରେ ଯାଦବ ଭବନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀନିଆଲ ବିଜେଡ଼ିର ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଦେଇ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ। ବ୍ଳକ ଯାଦବ ମହାସଭାର ସଭାପତି ବିନୋଦ ରାଉତ, ଅଲେଖ ଗୋପାଳ ଧନେଶ୍ଵର ଗୋପାଳ, ପ୍ରହଲ୍ଲାଦ ଚଣ୍ଡୀ, ଡମ୍ବରୁଧର ଖର୍ସେଲ, ପାର୍ଥ ଗୋପାଳ, ଶ୍ୟାମସୁନ୍ଦର ନାଏକ, ଡାକେଶ୍ବର ଲହଜଲ, ବିଦ୍ୟା ଗହିର ସମେତ ବିଭିନ୍ନ ସ୍ଥାନର ଯାଦବପ୍ରେମୀ ଉପସ୍ଥିତ ରହିଥିଲେ। ସମ୍ବର୍ଦ୍ଧନା ସଭାକୁ ଧନସିଂ ବାଗ ପରିଚାଳନା କରିଥିବାବେଳେ ଅଭିରାମ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.