ସାମିଲ୍ ହେଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ
ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରଦୀପ କୁମାର ଦିଶାରୀଙ୍କୁ ପ୍ରାର୍ଥୀ କରିସାରିଛି। ଅନ୍ୟ ପକ୍ଷରେ ବିରୋଧୀ କଂଗ୍ରେସ ପାର୍ଟରୁ ବଳଭଦ୍ର ମାଝୀଙ୍କୁ ଟିକେଟ ଦେବାପରେ କଂଗ୍ରେସର ଆଉ ଜଣେ ଆଶାୟୀ ପ୍ରାର୍ଥୀ ଲାଞ୍ଜିଗଡ ବସନ୍ତ ପଡାର ସରପଞ୍ଚ ତଥା କଂଗ୍ରେସର ପୁରୁଣା କର୍ମୀ ଚାଞ୍ଚେର ମାଝୀଙ୍କୁ ନିରାଶର ବାଟ ଦେଖିବାକୁ ପଡିଥିଲା। ଫଳରେ ସେ ତୁରନ୍ତ ଦଳ ଛାଡିବାର ନିଷ୍ପତ୍ତି ନେଇ ବିଜେପିରେ ସାମିଲ ହୋଇଥିଲେ। ସେଥିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା।ଦଳ ଗତ ନିର୍ବାଚନର ପରାଜିତ ପ୍ରାର୍ଥୀ ରମେଶ ମାଝୀଙ୍କୁ ପ୍ରାର୍ଥୀ କରିଛି। ଫଳରେ ଚାଞ୍ଚେର ନିଜର ରାଜନୈତିକ ଦକ୍ଷତା ପ୍ରତିପାଦନ କରିବାକୁ ଯାଇ ଉଭୟ କଂଗ୍ରେସ ଏବଂ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ଲାଞ୍ଜିଗଡ ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ରହିଥିବାରୁ ବିଜେଡିର ଶକ୍ତି ମଧ୍ୟ ବୃଦ୍ଧି ପାଇଛି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥୁଆମୂଳ ରାମପୁର ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଉପସ୍ଥିତିରେ ୪ ଶହରୁ ଉର୍ଦ୍ଧ୍ବ କର୍ମୀ କଂଗ୍ରେସ ଏବଂ ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଚାଞ୍ଚେର ମାଝୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କ ଶତାଧିକ ସମର୍ଥକଙ୍କୁ ନେଇ ଥୁଆମୂଳ ରାମପୁର ଠାରେ ରବିବାର ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଅଂଶଗ୍ରହଣ କରି ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବ୍ଳକର ୧୦ ଟି ପଞ୍ଚାୟତର ୫୦ ଖଣ୍ଡ ଗାଁର ୪ ଶହରୁ ଉର୍ଦ୍ଧ୍ବ କର୍ମୀ ଶଙ୍ଖ ଶିବିରରେ ସାମିଲ ହେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ତଥା ନିର୍ମଳ ଭାବମୁର୍ତ୍ତୀ ଏବଂ ବିଜେଡି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ଦଳର ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଆଜି ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ନବାଗତ ବିଜେଡି କର୍ମୀ।
ବ୍ଲକ ବିଜେଡି ସଭାପତି କପିଳାସ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ନିକଟରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ ଆଦିବାସୀ ନେତା ପରମାନନ୍ଦ ମାଝୀ, ଯୁବ ନେତା ତ୍ରିଲୋଚନ ପାଣିଗ୍ରାହୀ ଏବଂ ଲାଞ୍ଜିଗଡ ବ୍ଲକ ସଭାପତି ହରିହର ନାଏକ, ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ,ବ୍ଲକ ଯୁବ ସଭାପତି ଫଟୁସିଂ ଭୋଇ, ନରେନ୍ଦ୍ର ନାଏକ, ସୁଶୀଲ ନାଏକ, ଯୁବ ନେତା ଶ୍ରୀଚନ୍ଦନ ନାଏକ ଗୁରୁବାରୁ ମାଝୀ,ଦାସରଥି ନାଏକ, ଯୁବ ନେତା ପ୍ରୀୟବ୍ରତ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଟୁନି ଖୋସ୍ଲା(ଦୁରିଆ), ନାରୀ ନେତ୍ରୀ ଶ୍ରୀମତୀ କସ୍ତୁରୀ ପାଣିଗ୍ରାହୀ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ ଏବଂ ଯଶୋବନ୍ତୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।