ନାମାଙ୍କନ ପତ୍ର ଦାଖଲ କଲେ କଳାହାଣ୍ଡି ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ। କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ଶତାଧିକ ସମର୍ଥକଙ୍କ ଗହଣରେ ଏକ ଭବ୍ୟ ଶୋଭାଯାତ୍ରାରେ ଶ୍ରୀ ନିଆଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିରେ କଳାହାଣ୍ଡି ଓ ନୂଆପଡ଼ା ବିଜୁ ଜନତା ଦଳର କର୍ମକର୍ତ୍ତା, ବରିଷ୍ଠ ନେତୃବୃନ୍ଦ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପ୍ରାନ୍ତରୁ କର୍ମୀମାନେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ବିଜେଡ଼ିର ଭବାନୀପାଟଣା ବିଧାୟିକା ପ୍ରାର୍ଥୀ ଲଳିତା ନାଏକ ଓ ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ମଧ୍ୟ ଉପଜିଲ୍ଲାପାଳଙ୍କ ପାଖରେ ୨୦୨୪ ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.