ନାମାଙ୍କନ ପତ୍ର ଦାଖଲ କଲେ ଅଭିନନ୍ଦନ ପଣ୍ଡା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଆସନ୍ତା ମେ ୧୩ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନୂଆପଡା ବିଧାନସଭା (୭୧) ରୁ ବିଜେପି ପ୍ରାର୍ଥୀ ଭାବେ ଅଭିନନ୍ଦନ ପଣ୍ଡା ସୋମବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପରିପେକ୍ଷୀ ଶ୍ରୀ ପଣ୍ଡା ତାଙ୍କର ସମର୍ଥକଙ୍କ ଓ ଶହସ୍ରାଧିକ ବିଜେପି କର୍ମୀଙ୍କ ସହିତ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ପଦଯାତ୍ରାରେ ବାହାରି ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପିର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହିତ ସବୁ ବେଳେ ଲୋକଙ୍କ ସହିତ ଜଡିତ ରହି ତାଙ୍କର ସମସ୍ୟାର ସମାଧାନ ଦିଗରେ କାମ କରିବି ଓ ବିଜେପି ସରକାରର ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁକୁ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇବାର ପ୍ରୟାଶ କରିବି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପ୍ରସନ୍ନ କୁମାର ପାଢ଼ୀ, ସରୋଜ ସାହୁ, ହରେ କୃଷ୍ଣ ପଣ୍ଡା, ହରିଶ ଚନ୍ଦ୍ର ପଣ୍ଡା, ସୁବ୍ରତ ଠାକୁର, ସୋନିଆ ଜୈନ, ତୁଳସ ପଟେଲ, ଗୋଲାଡୀ ଅଗ୍ରୱାଲ, ସୁଶାନ୍ତ ପତି, କମଲେଶ ଦୀକ୍ଷିତ, ସଦାନନ୍ଦ ଯୋଶୀ,ଦୃଷ୍ଟି ମାଝୀ, ସୋମ ପଣ୍ଡା, ମୁନ୍ନା ମହାପାତ୍ର, ଚତୁର୍ଭୁଜ ଶର୍ମା, କମଲେଶ ଦୀକ୍ଷିତ, ଟେକରାମ ସାହୁ, ନାରାୟଣ ସାହୁ, ଉମେଶ ସହିସ, କ୍ରିଷ୍ଣା ସାହୁ, ମାନସ ରଥ, ତ୍ରିନାଥ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏହା ସହିତ ଶହସ୍ରାଧିକ ବିଜେପି କର୍ମୀ ଅଭିନନ୍ଦନ ପଣ୍ଡା ଜିନ୍ଦାବାଦ ଓ ବିଜେପି ଜିନ୍ଦାବାଦ କହି ନୂଆପଡା ସହର ପ୍ରକମ୍ପିତ କରୁଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.