ନାମାଙ୍କନ ପତ୍ର ଦାଖଲ କଲେ ଖଡ଼ିଆଳ ବିଜେପି ପ୍ରାର୍ଥୀ ହିତେଶ ବଗର୍ତ୍ତୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସାଧାରଣ ନିର୍ବାଚନ ପାଇଁ ଖଡ଼ିଆଳ ବିଧାନସଭା (୭୨) ରୁ ବିଜେପି ପ୍ରାର୍ଥୀ ଭାବେ ହିତେଶ ବଗର୍ତ୍ତୀ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପରିପେକ୍ଷୀ ଶ୍ରୀ ବଗର୍ତ୍ତୀ ତାଙ୍କର ସମର୍ଥକଙ୍କ ଓ ଶହସ୍ରାଧିକ ବିଜେପି କର୍ମୀଙ୍କ ସହିତ ସ୍ଥାନୀୟ ପୋଲିସ ପଡିଆ ଠାରୁ ପଦଯାତ୍ରାରେ ବାହାରି ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପିର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହିତ ତାଙ୍କର ସମସ୍ତ ସମସ୍ୟାର ସମାଧାନ ଦିଗରେ କାମ କରିବି ଓ ବିଜେପି ସରକାରର ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନା ସବୁକୁ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇବାର ପ୍ରୟାଶ କରିବି ବୋଲି ଶ୍ରୀ ବଗର୍ତ୍ତୀ ପ୍ରକାଶ କରିଛନ୍ତି ଏବଂ ୨୪ ବର୍ଷର ଅପାରଗ ବିଜେଡି ସରକାରକୁ ନ ହଟାଇବା ପର୍ଯ୍ୟନ୍ତ ଓଡିଶା ତଥା ନୂଆପଡାର ଉର୍ନତି ଅସମ୍ଭବ ବୋଲି ଶ୍ରୀ ବଗର୍ତ୍ତୀ କହିଥିଲେ। ପ୍ରସନ୍ନ କୁମାର ପାଢ଼ୀ, ସୁବ୍ରତ ଠାକୁର, ଚତୁର୍ଭୁଜ ଶର୍ମା, ପ୍ରିୟ ରଞ୍ଜନ ମେହେର, ହାରେକୃଷ୍ଣ ପଣ୍ଡା ଘନଶ୍ୟାମ କରୁଆଁ, ସୋମ୍ୟ ରଞ୍ଜନ ସିଂ, ଭବାନୀ ବଗର୍ତ୍ତୀ, ସଞ୍ଜୟ ତିୱାରୀ, ବେଲମତି ମାଝୀ, ଅଜିତ ଚାଲାନ, ନରହରି ହଂସ, ବିକ୍ରମ ମାଝୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏହା ସହିତ ଶହସ୍ରାଧିକ ବିଜେପି କର୍ମୀ ହିତେଶ ବଗର୍ତ୍ତୀ ଜିନ୍ଦାବାଦ ଓ ବିଜେପି ଜିନ୍ଦାବାଦ କହି ନୂଆପଡା ସହର ପ୍ରକମ୍ପିତ କରୁଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.