ବିଜେପିର ମିଶ୍ରଣ ପର୍ବ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ୱାର୍ଡ ନମ୍ବର ୭ ପଲସାଗୁଡା ଠାରେ ବିଜେପିର ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂଆପଡ଼ା ଏନ.ଏ.ସି ଅନ୍ତର୍ଗତ ୪୫୦ରୁ ଉର୍ଦ୍ଧ ଯୁବକ ବିଭିନ୍ନ ଦଳ ଛାଡି ବିଜେପିରେ ଯୋଗଦେଇଥିଲେ। କିଛି ଦିନ ପୂର୍ବେ ରାଜ୍ୟ ବିଜେଡି ସମ୍ପାଦକ ପଦବୀ ଛାଡିଥିବା ସରୋଜ ସାହୁ (ଭୈରବ) ଏବଂ ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ତେବେ ହେମ କୁମାର ସାହୁ, ରଂଜିତ ସୁନା, ସାହିଲ ଖାନ, ଅଜିତ ସୁନା, ଆକାଶ ନାଗ, ରାକେଶ ଭାଇ, ଅଶୋକ ଭାଇ, ସୁରେଶ ଭାଇ, ସଚିନ ଭାଇ, ବିପ୍ର ରାଉତ, ଅତୀଶ ମଲ୍ଲିକ, ବିଜୟ ନିଆଲ, ସୁଶାନ୍ତ ହଂସ, ବିକେ ଦଣ୍ଡସେନା ଏବଂ ଶତାଧିକ ଯୁବକ ବିଜେପିରେ ସାମିଲ ହୋଇଥିଲେ। ବିଜେପିର ସଦାନନ୍ଦ ଯୋଶୀ, ଅଭିଷେକ ପଣ୍ଡା, ବିଟୁ ପଣ୍ଡା, ସୋମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.