ଠାବ ହେଲା ମାଓ କ୍ୟାମ୍ପ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ବୋଡ଼େନ ଥାନା କାଟଫାର ଗାଁ ନିକଟ ଜଙ୍ଗଲରେ ଠାବ ହେଲା ମାଓ କ୍ୟାମ୍ପ | ପାଟଦରହା ସଂରକ୍ଷିତ ଜଙ୍ଗଲ ରେ ପୋଲିସ ଏବଂ CRPF କମ୍ବିଙ୍ଗ ଅପରେସନ କରୁଥିବା ସମୟରେ ଏହି କ୍ୟାମ୍ପ ଠାବ ହୋଇଛି | ଏଥରେ ବହୁ ମାଓ ସାମଗ୍ରୀ ସହ ବିଭିନ୍ନ ପ୍ରକାର ଔଷଧ ଜବତ କରିଥିବା ସୂଚନା ରହିଛି | ପଡୋଶୀ ରାଜ୍ୟ ଛତିଶଗଡ଼ରେ କିଛି ଦିନ ପୂର୍ବେ ମାଓବାଦୀଙ୍କ ଏନକାଉଣ୍ଟର ପରେ ଏବେ ନୂଆପଡ଼ା ଅଭିମୁଖେ ମାଓବାଦୀ ମାନେ ଆସୁଥିବା ସନ୍ଦେହ କରୁଛନ୍ତି ସାଧାରଣ ଲୋକେ | ନିର୍ବାଚନ ସମୟରେ ବଡ଼ ଧରଣର ଯୋଜନା ଚାଲିଥିବା ସୂଚନା ରହିଥିବା ବେଳେ ବର୍ତ୍ତମାନ ପୋଲିସ ଉକ୍ତ ଅଂଚଳ ଓ ଆଖପାଖ ଅଞ୍ଚଳ ଜଙ୍ଗଲରେ କୋମ୍ବିଙ୍ଗ ଅପରେସନ ଜୋରଦାର କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.