ବାଲିଗୁଡା ବିଧାନସଭା କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଚଣ୍ଡ ରୌଦ୍ର ତାପ ସତ୍ବେ ମଧ୍ୟ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ର ପ୍ରଥମ ଦିନରେ ହଜାର ହଜାର ସମର୍ଥକ ଙ୍କ ଗହଣରେ ବାଲିଗୁଡା ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସକାଳ ୧୧ ଟା ରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଆମ୍ବ ବଗିଚା ଠାରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ, ବସଷ୍ଟାଣ୍ଡ ,ମୁଖ୍ୟ ବଜାର ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପହଞ୍ଚି ଉପ ଜିଲ୍ଲାପାଳ ତଥା ସ୍ଥାନୀୟ ନିର୍ବାଚନ ଅଧିକାରୀ ରିନା ପ୍ରଧାନଙ୍କ ନିକଟରେ ୩ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ପ୍ରାର୍ଥୀ ପତ୍ର ଦାଖଲ ସମୟରେ କନ୍ଧମାଳ ଲୋକସଭା ପ୍ରାର୍ଥୀ ଅମିର ଚାନ୍ଦ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଅନାମ ଚରଣ ନାୟକ, କୋଟଗଡ ଜିଲ୍ଲା ପରିଷଦ ସଦସ୍ୟ ଜିରିମୟ ସୁନା ମାଝି , ବ୍ଲକ ଅଧକ୍ଷ ପିଙ୍କି କହଁର, ,ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର୍ଯ୍ୟ, ସୀତାରାମ ପଣ୍ଡା, ରାମକୃଷ୍ଟ ପାଢୀ, ମନୋଜ ଆଚାର୍ଯ୍ୟ, ପ୍ରଫୁଲ ଦାସ, ହୀରାସିଂ ମଣ୍ଡଳ, ଏନଏସି ସଭାପତି ସ୍ୱପ୍ନେଶ୍ଵର ସାହୁ, ବ୍ଲକ ସଭାପତି, ସରୋଜ ବେହେରା ମାଝି, ଜିତେନ୍ଦ୍ର ଦିଗାଲ, ଗିରୀଶ ପରାସେଠ, ଆକାଶ ପ୍ରଧାନ, ଜିଲ୍ଲା ଉପ ସଭାପତି ମାର୍ଥିନ ବଳିୟାରସିଂ, ଯୁବ କଂଗ୍ରେସ ର ରୋମ୍ୟଜିତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ରାଜ୍ୟ ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୨୬ ରୁ ମେ ୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମେ ୪ରେ ଯାଞ୍ଚ , ମେ ୬ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ସମୟ ସୀମା ରହିଛି । ମେ ୨୦ ରେ ଭୋଟ ଗ୍ରହଣ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.