କଳିଙ୍ଗା ବିଏଡ୍ ମହାବିଦ୍ୟାଳୟ ତରଫରୁ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: କଳିଙ୍ଗା ବିଏଡ ମହାବିଦ୍ୟାଳୟ ତରଫରୁ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ମନୋଜ ପ୍ରଧାନ ଉଦଘାଟିତ କରିଥିଲେ । ଏହି ପରିପ୍ରେକ୍ଷିରେ ଏହି କାର୍ଯ୍ୟକ୍ରମର ବିଚାରକ ଭାବେ ଗଣିତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦୀପକ୍ କୁମାର ମହାନ୍ତି, ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସଦାନନ୍ଦ ମେହେର, ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିକ୍ରମ କୁମାର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜଳନ କରି ସେ ଏହି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନି ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଆତ୍ମା ​​ସହିତ ଏକତ୍ର କରି ଏପରି ସୁନ୍ଦର ଏବଂ ବିଭିନ୍ନ ବିଷୟକୁ ନେଇକି ପ୍ରକଳ୍ପ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୁଲି ସମସ୍ତ ଅତିଥି ପିଲାମାନଙ୍କୁ ବୁଝାଇଥିଲେ । ଏହି ଶିକ୍ଷଣ ସାମଗ୍ରୀ ଅବସରରେ ଏହି ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଜ୍ଞାନ, ସାହିତ୍ୟ ଏବଂ ଇଂରାଜୀର ବିଭିନ୍ନ ବିଷୟକୁ ନେଇକି ଏକ ଶିକ୍ଷଣ ସାମଗ୍ରୀର କାର୍ଯ୍ୟକ୍ରମର ଆୟଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୭୬ ଜଣ ଛାତ୍ର ଛାତ୍ରୀ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପରିବେଷିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସୌମୟରଞ୍ଜନ ନାୟକ, ଆସିଷ୍ଟାଣ୍ଟ ପ୍ରଫେସର ସୁଶାନ୍ତ କୁମାର ରଣା, ଆସିଷ୍ଟାଣ୍ଟ ପ୍ରଫେସର ବିଚିତ୍ର କୁମାର ବେହେରା, ଆସିଷ୍ଟାଣ୍ଟ ପ୍ରଫେସର ସୁବ୍ରତ ପଢ଼ି ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.