ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ଇନ୍ଦ୍ରାବତୀ ଭାରିଜଳ ପ୍ରକଳ୍ପର ବାମ କେନାଲ ବିମଳା ଗେଟ୍ ନିକଟରୁ ଗଲିତ ମୃତ ଦେହ ଉଦ୍ଧାର କରାଯାଇଛି। ସୁଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ପ୍ରତାପପୁର ଗ୍ରାମର ଲକ୍ଷ୍ମଣ ରାଉତ (୬୫)। ସେ ଛଅ ଦିନ ତଳେ ଗାଧୋଇବା ପାଇଁ ଆସିଥିବା ବେଳେ କେନାଲରେ ଭାଷି ଯାଇଥିଲେ। ତାଙ୍କ ପରିବାର ଖୋଜି କରିଥିଲେ କିନ୍ତୁ ପାଇ ନଥିଲେ। ଆଜି ମଧ୍ୟାହ୍ନ ସମୟରେ ଲୋକେ କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ କେନାଲରେ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜୟପାଟଣା ଥାନା ଅଧିକାରୀଙ୍କ ସହିତ ଦମକଳ ବାହୀନିର ସହାୟତାରେ ଶବକୁ ଉଦ୍ଧାର କରାଯାଇଥିଲା। ଶବଟିକୁ ବ୍ୟବଚ୍ଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।