ଯୋଡ଼ି ଶଙ୍ଖରେ ଜନତା କରିବେ ଆଶୀର୍ବାଦ -କଳାହାଣ୍ଡି ବିଜେଡ଼ି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ

ସମ୍ବଲପୁରୀ ଓ ଛତିଶଗଡି ଗୀତରେ ଜମୁଛି ବିଜେଡିର ନିର୍ବାଚନୀ ପ୍ରଚାର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ଆସନରେ ଏଥର ଚତୁର୍ମୁଖୀ ଲଢେଇ ହେବ। ଏହି ପରିପେକ୍ଷୀରେ ବିଜେଡିରୁ ବିଧାୟକ ଟିକେଟ ପାଇଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନିଜର କର୍ମୀଙ୍କ ସହିତ ମିଶି ମାରାଥନ ନିର୍ବାଚନୀ ପ୍ରଚାର କରୁଛନ୍ତି। ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସ୍ଥାନୀୟ ଅଂଚଳର ଲୋକପ୍ରିୟ ସମ୍ବଲପୁରୀ ଓ ଛତିଶଗଡି ଗୀତର ଅସାର ଜମାଇ ନିର୍ବାଚନୀ ପ୍ରଚାର ଜୋରସୋରରେ କରୁଥିବା ଦେଖିବାକୁ ମିଳିଛି। ସେ ଜନତାଙ୍କ ନିକଟରେ ଡବଲ ଶଙ୍ଖ; ଲୋକସଭା ଓ ବିଧାନସଭା ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଇତି ମଧ୍ୟରେ ଶ୍ରୀ ଢୋଲକିଆ କୋମନା ବ୍ଲକର ମୁଣ୍ଡାପଲା, ସମରସିଂ, ସିଲଭା ଓ ପଲସିପାଣି ଗ୍ରାମ ପଂଚାୟତ ଏବଂ ବିଜେଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ସହିତ ନୂଆପଡ଼ା ସଦର ବ୍ଲକ ଆମସେନା ପଂଚାୟତର ବିଭିନ୍ନ ଗ୍ରାମରେ ନିର୍ବାଚନ ପ୍ରଚାର କରିଥିଲେ। ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ମଧ୍ୟ ବିଜେଡି ସୁପ୍ରିମୋଙ୍କ ଦେଇଥିବା ନାରା ‘ଏଥର ଯୋଡ଼ି ଶଙ୍ଖ’ରେ ବିଶ୍ୱାସ କରି ଲୋକେ ମୋତେ ଏବଂ ରାଜୁ ଭାଇ ଢୋଲକିଆଙ୍କୁ ଆଶୀର୍ବାଦ କରିବେ ବୋଲ କହିଛନ୍ତି। କୋମନା ବ୍ଲକ ନିର୍ବାଚନୀ ଜନ ସମ୍ପର୍କ ଯାତ୍ରାରେ ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ଯୁବ ନେତା ଅଜୟ ଗହୀର, ମନୋଜ ଅହୀର , ଗୋକୁଳ ମେହେର, ଉପାସୁ ସୁନାନୀ, କେଶରଞ୍ଜନ ରଣା, କେଶବ ନିଆଲ, ଶୋଭାରାମ ମାଝୀ, ଚନ୍ଦୁ ନାୟକ, ବାଳକୃଷ୍ଣ ଦୁରିଆ, ମଣ୍ଟୁ ଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.