୫ ଅନ୍ତଃରାଜ୍ୟ ଡକାୟତ ଗିରଫ; ଡକାୟତି ପାଇଁ କରୁଥିଲେ ଯୋଜନା 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ୫ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହ ବହୁ ମାରଣାସ୍ତ୍ର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବାହାରା ଥାନା ପୋତରପଡ଼ା ୱାର୍ଡ ନଂ୧୪ର ବିରୁ ନାଗ, ଆଶୁ ଦାସ, ରବିକୁମାର ପାଣ୍ଡେ, ଓମ ସାଗର ଏବଂ ରୂପେଶ ତାଣ୍ଡି। ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।

ଆସନ୍ତା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଲୋକ ନଦୀତଟରେ ଜୋଙ୍ଗ ପୁଲିସ ଚେକପୋଷ୍ଟ ବସାଇ ୨୪ ଘଣ୍ଟିଆ ଯାଞ୍ଚ କରୁଛି। ଏସଆଇ ସୀତାକାନ୍ତ ଖମାରୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଖରିଆରରୋଡ଼ ସହର ଓ ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଗତକାଲି ସନ୍ଧ୍ୟାରେ ଜୋଙ୍କ ଶାନ୍ତି ଉଦ୍ୟାନର ନିଛାଟିଆ ସ୍ଥାନରେ ରହି ଉକ୍ତ ୫ଜଣ ଅଭିଯୁକ୍ତ ଶଙ୍କର ମନ୍ଦିରପଡ଼ା ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିଲେ । ଜୋଙ୍କ ପୁଲିସ ଉକ୍ତ ସ୍ଥାନରେ ଚଢ଼ଉ କରି ୫ଜଣ ଆନ୍ତଃରାଜ୍ୟ ଡକାୟତକୁ କାବୁ କରିଥିଲା। ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ ସମେତ ଅନ୍ୟ ମାରଣାସ୍ତ୍ର ଜବତ କରିଥିଲା । ଅଭିଯୁକ୍ତମାନେ ପେସାଗତ ଅପରାଧ ହୋଇଥିବାବେଳେ ସେମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି। ଏନେଇ ଅଧୂକ ତଦନ୍ତ ଜାରିରହିଥିବା ପୁଲିସ କହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.