କଂଗ୍ରେସ ପକ୍ଷରୁ ବାଇକ୍ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ପାଇଁ ସାରା ଦେଶ ଉତ୍ସବମୁଖର ହୋଇ ଉଠିଛି। ଓଡ଼ିଶାରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଛି। ଏହାରି ଭିତରେ କଳାହାଣ୍ଡି ଜିଲ୍ଲା ନର୍ଲାର ରାଜନୀତି ସରଗରମ ହୋଇ ଉଠିଛି। ଏଥର ଏହି ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ୧୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସମସ୍ତ ପ୍ରାର୍ଥୀ ନିଜ ନିଜ ପ୍ରଚାରରେ ଲାଗି ପଡ଼ିଥିବାବେଳେ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରୁଛି। ଏହି କ୍ରମରେ  ମ.ରାମପୁର ଠାରେ କଂଗ୍ରେସ ପକ୍ଷରୁ ପଞ୍ଚାୟତ ସଭାପତି ଦିଲ୍ଲୀପ ମହାଖୁଡଙ୍କ ନେତୃତ୍ୱର ଏକ ବାଇକ୍ ଶୋଭାଯାତ୍ରା ପ୍ରତି ଗାଁକୁ ଯାଇ ଦଳର ନର୍ଲା ବିଧାୟିକ ପ୍ରାର୍ଥୀ ଭକ୍ତ ଚରଣ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ଏଥିରେ ବରିଷ୍ଠ ନେତା ଚମରା ବଗର୍ତ୍ତୀ, ଯଶୋଦା ନାଗ, ବାବୁଲା ନାଏକଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.