ବିଶ୍ୱନାଥପୁରଠାରେ କଂଗ୍ରେସର ବିଶାଳ ଜନସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଶ୍ବନାଥପୁର ଧନୁଯାତ୍ରା ପଡ଼ିଆ ଠାରେ ବୁଧବାର ଦିନ କଂଗ୍ରେସର ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସମାବେଶରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉପସ୍ଥିତ ରହି ସାଂସଦ ପ୍ରାଥିନୀ ଦ୍ରୋପଦୀ ମାଝୀ ଓ ବିଧାୟକ ପ୍ରାର୍ଥୀ ଡ଼ଃ ବଳଭଦ୍ର ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସମାବେଶରେ ବିଶେଷ ଅତିଥି ଭାବେ ଓଡ଼ିଶା ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ବିଧାୟକ ପ୍ରାର୍ଥୀ ଡ଼ଃ. ବଳଭଦ୍ର ମାଝୀ, ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ। କଂଗ୍ରେସ ଏଥର ସରକାର ଗଠନ କରିବ। ତେଣୁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ମଞ୍ଚାସୀନ ନେତୃବୃନ୍ଦ। ସଭାରେ ଜିଲ୍ଲା ସମ୍ପାଦକ ମନୋଜ କୁମାର ରାଉତ, କଂଗ୍ରେସ ନେତା ଟଙ୍କଧର ମାଝୀ, ପ୍ରଦୀପ କୁମାର ମହାପାତ୍ର, ପ୍ରଦିପ ମାଝୀ, ଶିଶିର ପୁଝାରୀ, ପୁରୁଷୋତ୍ତମ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଜେଡ଼ି ଓ ବିଜେପି  ଛାଡ଼ି ୩୦୦ ରୁ ଉର୍ଦ୍ଧ କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ।  ସମାବେଶରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ୬୦୦୦ ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ଥିବାବେଳେ କଂଗ୍ରେସର ଯୁବ ନେତା ସନ୍ତୋଷ କୁମାର ତୁଳ, ଗୋପାଳ ଦାସ ମହାନନ୍ଦ, ଫକୀର ମାଝୀ, ରଜତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.