ଆରପାରିରେ କର୍ଲାପଡ଼ାର ବିଶିଷ୍ଟ ଶିକ୍ଷାବିତ ଗୋବର୍ଦ୍ଧନ ପଧାନ

ଅଞ୍ଚଳରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୭/୫ ମଙ୍ଗବାର ରାତି ୯ ଟା ରେ ସମ୍ବଲପୁର ର ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶିକ୍ଷାବିତ ଗୋବର୍ଦ୍ଧନ ପଧାନଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଜଣେ ଅବସପ୍ରାପ୍ତ ଶିକ୍ଷକ ଥିଲେ। କର୍ଲାପଡା ସ୍ଥିତ ଡ଼ିଗ୍ରୀ ମହାବିଦ୍ୟାଳୟରେ ୧୯୯୬ ରୁ ୨୦୦୮ ଯାଏଁ ୧୩ ବର୍ଷ ଧରି ସଭାପତି ରହିଆସିଥିଲେ। କର୍ଲାପଡା ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ସଭପତି ଦାୟୀତ୍ବ ତୁଲାଇ ଆସୁଥିଲେ। ମଠା ପ୍ରଧାନ ସମାଜର ସଭାପତି ଓ ଜିଲ୍ଲା କୁଲତା ସମାଜର ସଦସ୍ୟ ରହିଥିଲେ। ସେ ଏକା ଧାରରେ ଜଣେ ଶିକ୍ଷକ, ସମାଜସେବୀ ଓ ସମାଜର ମାର୍ଗଦର୍ଶକ ଥିଲେ। କର୍ଲାପଡା, ମାଦିଗୁଡ଼ା, ମାର୍କି, ପଣ୍ଡିଗୁଡ଼ା, ପୋଡ଼ମୁଣ୍ଡି ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ୨୦୦୩ ରେ ଶିକ୍ଷକତାରୁ ଅବସର ନେଇ ସମାଜ ସେବାରେ ଲାଗିଥିଲେ। ତେବେ ଡ଼ାକ୍ତରଖାନାରୁ ନିଜ ଗାଁ କର୍ଲାପଡା ଆଣିବା ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା। ତାଙ୍କର ଏକମାତ୍ର ପୁତ୍ର ବ୍ୟୋମକେଶ ପଧାନ ମୁଖଗ୍ନୀ ଦେଇଥିଲେ। ସ୍ୱର୍ଗତ ପଧାନଙ୍କ ତିନିଝିଅ ବିନୋଦିନୀ, ଡିଲେଶ୍ୱରୀ, ପ୍ରବୀଣା, ତିନିଯୋଇଁ ମୂରଲୀଧର, ସୁରେନ୍ଦ୍ର, ଉମାକାନ୍ତ, ନାତୁଣୀ ରୀନୁ ଓ ନାତିଯୋଇଁ ସବୀର, ନାତି ଓମ ପ୍ରକାଶ, ଜାତି ସମାଜର ଭାଇ, କୁଟୁମ୍ବ ପରିଜନ ସମସ୍ତେ ଉପସ୍ଥିତ ଥିଲେ। ଅନ୍ୟତମ ନାତୁଣୀ ଜୀନୁ ଓ ନାତି ଯୋଇଁ ଅମରେଶ ଉପସ୍ଥିତ ହୋଇପାରି ନଥିଲେ ମଧ୍ୟ ବେଙ୍ଗାଲୁରୁରୁ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ସ୍ୱର୍ଗତ ପଧାନଙ୍କ ମୃତ୍ୟୁ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଛି। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.