ଜୟପାଟଣା ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଜସନେ ଗୌସଲ ୱାର ଓ ଜସନେ ଦସ୍ତର ବନ୍ଦୀ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ରେ ସୁନ୍ନି ମୁସଲିମ୍ ୟଙ୍ଗକୋମେଟି ଜୟପାଟଣା ତରଫରୁ ଜସନେ ଗୌସଲ ୱାର ଓ ଜସନେ ଦସ୍ତର ବନ୍ଦୀ ଅନୁଷ୍ଠିତ ହୋଇଥିଲା।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଉତ୍ତର ପ୍ରଦେଶ ବରେଲି କାଲଫିସରିଫ ହୁଜୁର ଗାୟାସେ ର ମିଲ୍ଲତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବଳେ ସମ୍ମାନିତ ଅତିଥି ଭାବରେ ଭଦ୍ରକ ରଘୁନାଥ ପୁର ର ସୟଦ ମାଉଲମ୍ ହବିବ, ସୟଦ ମୋବାସୀର ହବିବ୍, ମୈଲାନା ଅଖତର୍ ଜୀୟାଇ, ନାତ ଖାଁ ଶମବିଲ ଅଖତର୍ ମୁଜାହିଦ୍, ରଘୁନାଥ ପୁର ମୋଲାନ୍ ଇର୍ସଦ ସାୟବ ମୁସ୍ତାପା ବଙ୍ଗଳା ମେଲନ ସାଇଦୁର ରାହେମନ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାର ସମସ୍ତ ମସଜିଦ ର ଇମାମ ଏବଂ ମୋଲାନା ଯୋଗଦେଇ ଥିଲେ। ସମସ୍ତ ଙ୍କ ସମ୍ମାନ ରେ ଜୟପାଟଣା ସୁନ୍ନି ମୁସଲିମ୍ ସମ୍ପ୍ରଦାୟ ର ସଭାପତି ଇସୁଫ ଖାଁ, ଜୟପାଟଣା ସୁନ୍ନି ମୁସଲିମ୍ ସମାଜ ର ସମ୍ପାଦକ ନିବାସ ଅଲ୍ଲୀ ଜୟପାଟଣା ମସଜିଦ ଇମାମ ଆସିଫ ରଜା,ମୋଲାନା ସମିର ଖାଁ ମୋଲାନା ଅବୁଦାହିର ଖାଁ, ହାଫିଜ୍ ଅଲତଫ ଖାଁ ଏବଂ ସମସ୍ତ ମୁଫାତୀ କୁରବାନ୍ ରଜା ଏବଂ ମୋଲାନା ସହିଲ ମାଜାହିଦି ଙ୍କୁ ଦସ୍ତାର ବନ୍ଦୀ ଦେଇ ଦୁଆ ଦେଲେ। ଏହି ପରିପ୍ରେକ୍ଷୀରେ ଜୟପାଟଣା ୟଙ୍ଗ କୋମେଟି ସଭାପତି ଅବଦୁଲ ମୁଜଫର୍, ଉପସଭାପତି ଇବ୍ରାହିମ୍ ଖାଁ, ସମ୍ପାଦକ ସିରାଜ ଅଲ୍ଲୀ ତଥା ୟଙ୍ଗ କୋମେଟି ର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ ଏହି ଜଳସା କାର୍ଯ୍ୟକ୍ରମ କୁ ସମ୍ପାଦିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.