ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ କଟକ: ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସୋଗଲ କିଶନନଗର ସାଲେପୁର ପକ୍ଷରୁ ଆନଂଦ ନୃସିଂହ ସ୍ମୃତି ସଂସଦ ୪୨ ମୌଜା କାର୍ଯ୍ୟାଳୟରେ ଆଲୋଚନା ଚକ୍ର,  ସେବାକାର୍ଯ୍ୟ ଓ ସମ୍ବର୍ଦ୍ଧିନା ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ମହାନ୍ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସଭାପତି ବରିଷ୍ଠ କବୀ ସରୋଜ ନଳିନୀ ପରିଜାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ମା’ମାନଙ୍କୁ ବସ୍ତ୍ର ଉପହାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଟ୍ରଷ୍ଟ ରାଜ୍ୟ ସଂଯୋଜକ ସମାଜସେବୀ ପ୍ରାବନ୍ଧିକ ଇଂ.ସେବକ ଶ୍ରୀକାନ୍ତ ସଂଯୋଜନା କରିଥିବା ବେଳେ ଶାଶ୍ୱତ ଓଡ଼ିଆ ପ୍ରତିଭାର ସମ୍ପାଦକ ସାହିତ୍ୟିକ ଖଗେଶ୍ୱର ଖଣ୍ଡୁଆଳ ପରିଚାଳନା କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡ.ଶେଖ୍‌ କଲିମୁଲ୍ଲା, ଡ.ଚିତ୍ତରଞ୍ଜନ ବେହେରା, ମହାସଚ୍ଚିବ ସାରସ୍ଵତ ସାଧକ ରୁଦ୍ର ନାରାୟଣ ଦାସ, ସମିତି ସଭ୍ୟ ବିନୋଦ ବେହେରା, ସମାଜସେବୀ ପ୍ରଭାତ କୁମାର ଖଟୁଆ, ନକୁଳ ବେହେରା, ଉପେନ୍ଦ୍ର ବାରିକ,ଶ୍ରାବନ୍ତିକା ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ ବିଶିଷ୍ଟ ସଂଗ୍ରାହକ ଗାନ୍ଧୀବାଦୀ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ତାଙ୍କ ୭୭ ତମ ଜନ୍ମଦିନରେ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଅଫସର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.