ବିଶିଷ୍ଟ କଳାକାର ଭିକାରୀ ପୋଢଙ୍କ ଏକାଦଶରେ ଶ୍ରଦ୍ଧାଞ୍ଜଳି ସଭା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନ ଏ ସି ଅଧିନସ୍ଥ ସର୍ଗିଗୁଡ଼ାର ବିଶିଷ୍ଟ ମଞ୍ଚ କଳାକାର ସ୍ୱର୍ଗତ ଭିକାରୀ ଚରଣ ପୋଢଙ୍କ ଆଜି ଏକାଦଶାହରେ ପୋଢ ପରିବାର ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ବରିଷ୍ଠ ଯାଦବ ନେତା ଗିରିଧାରୀ ଗୌଡ, ହୃଷୀକେଶ ଭୋଇ, କନ୍ଦର୍ପ ନାଗ, କୀର୍ତ୍ତନ ନାଗ, ଶିକ୍ଷାବିତ ତପନ କୁମାର ଭୋଇ, ଗୌର ଚନ୍ଦ୍ର ବେହେରା, ଭବାନୀ ଶଙ୍କର ଦାସ, ଯୁବନେତା ପ୍ରଦୀପ କୁମାର ନାଏକ, କୁମୁଦ ଚନ୍ଦ୍ର ନାଏକ, ନରସିଂହ ଥପା, ପ୍ରଫୁଲ୍ଲ କୁମାର ନାଗ, ଭକ୍ତ ଚରଣ ନାଏକ, ଅଜୟ ନନ୍ଦ, କଳାକାର ମୋହନ ସାହୁ, ଲାବଣ୍ୟ ଭୋଇ ପ୍ରମୁଖ ଉପସ୍ଥିତ ରହି ବିଶିଷ୍ଟ ମଞ୍ଚ କଳାକାର ସ୍ୱର୍ଗତ ଶ୍ରୀ ପୋଢଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ଶ୍ରୀ ପୋଢଙ୍କ ଭଉଣୀ ଯୋଇଁ ଚନ୍ଦ୍ରମଣି ବଛା, ସୁପୁତ୍ର ବିନୟ ପୋଢ଼, ଭାଇ ବସନ୍ତ, ବଡ, ଗଣ୍ଡାଲାଲ, ଗୁଣ, ଚେରୁ, ପୁତୁରା ଜୟଦେବ, ବଦ୍ରୀ ନାଗ, ଯଶୋ ନାଗ, ଧୀରଜ ପୋଢ, ଭଣଜା ଶିବରାମ, ପରିବାର ର ସଦସ୍ୟା ଅଙ୍କିତା, ଗୀତାଞ୍ଜଳୀ, ବେଲମତୀ ପ୍ରମୁଖ ସ୍ୱର୍ଗତ ଭିକାରୀ ଙ୍କ ଫେଟରେ ଚନ୍ଦନ, ସିନ୍ଦୁର, ଦୀପ ଓ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅତିଥି ମାନଙ୍କ ସ୍ମୃତି ଚାରଣରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭାରେ। ଉପସ୍ଥିତ ଶତାଧିକ ମହିଳା କୋହ ସମ୍ବରଣ କରିପାରି ନଥିଲେ। ବାସ୍ତବିକ ସ୍ୱର୍ଗତ ମଞ୍ଚ କଳାକାର ଶ୍ରୀ ପୋଢ଼ କାଳୀପୂଜା, ମାଟି ବୈକୁଣ୍ଠ, ଭାଗ୍ୟଚକ୍ର,ଭଗବାନ ଆଜି କାଠ ଗଡାରେ, କଳ୍ପବଟେ ତୋର ବାନ୍ଧିଲି ଡୋର, କାଳିଆ ଘୋଡାରେ ଚଢ଼ିବି, ଗୋଟିଏ ପଇସା ଭଳି ୪୦ ରୁ ଉର୍ଦ୍ଧ୍ବ ନାଟକରେ ନାରୀ ଭୂମିକାରେ ଅଭିନୟ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ସୁନାମ ଅର୍ଜନ କରିଥିଲେ। ସେ ନାରୀ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଅଭିନୟ ବାସ୍ତବରେ ଜୀବନ୍ତ ରହୁଥିଲା। ଜଣେ ଭଦ୍ର, ଅମାୟିକ, ସ୍ନେହୀ ମଣିଷ ଥିଲେ ଭିକ ଦାଦା। ସେ ନର୍ଲା ଯାଦବ ସମାଜର ଜଣେ ବରିଷ୍ଠ ସଦସ୍ୟ ଥିଲେ। ସର୍ଗିଗୁଡ଼ା ୟୁପି ସ୍କୁଲ ର ସଭାପତି ରହି ଅନେକ ବିକାଶ କାର୍ଯ୍ୟ କରିଥିଲେ। ଆଜିର ଶ୍ରଦ୍ଧାଞ୍ଜଳି ସଭାକୁ ଯାଦବ ନେତା ହୃଷୀକେଶ ଭୋଇ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.