ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ବିଦ୍ୟାଭାରତୀ, ଶିକ୍ଷାବିକାଶ ସମିତି ଦ୍ୱାରା ଆୟୋଜିତ ହୋଇଥିଲା ସଂଘ ଶତାବ୍ଦୀ ବର୍ଷ ଆହ୍ୱାନ କ୍ରମେ ଜିଲ୍ଲାସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର। କଳାହାଣ୍ଡି ବିଭାଗ ନିରୀକ୍ଷକ ଶ୍ରୀ ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ମଞ୍ଚାସୀନ ଥିଲେ ପ୍ରାନ୍ତ ନିରୀକ୍ଷକ ଅଶ୍ୱିନୀ କୁମାର ନାୟକ, ପରିଚାଳନା କମିଟି ସଭାପତି ମନୋଜ କୁମାର ମୁଣ୍ଡ, ଜିଲ୍ଲା ଟୋଲୀ ସଦସ୍ୟ ସୁରେଶ ଚନ୍ଦ୍ର ସାହୁ, ଜିଲ୍ଲା ପ୍ରମୁଖ ମନ୍ମଥନାଥ ମିଶ୍ର, ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର ଏବଂ ସଂକୁଳ ପ୍ରମୁଖ କେସିଙ୍ଗା କୁଶ ଚନ୍ଦ୍ର ସାହୁ। ଆଲୋଚନା ଚକ୍ରର ବିଷୟ ଥିଲା “ପଞ୍ଚ ପରିବର୍ତ୍ତନ”। ଅତିଥିଙ୍କ ପରିଚୟ ଦେଇଥିଲେ ବ୍ରଜବିହାର ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୩୭ ଟି ବିଦ୍ୟାଳୟର ଗୁରୁଜୀ ଗୁରୁମା ତଥା କଳାହାଣ୍ଡିର ବିଭିନ୍ନ ଅନୁଷ୍ଠାନରେ ଜଡିତ ଥିବା ଗୁଣୀ ବିଦ୍ୱାନ ଓ ପଣ୍ଡିତ ଗଣ ଯୋଗ ଦେଇ ଆଲୋଚନା ଚକ୍ର ରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ଶ୍ରୀ ଅଶୋକ କୁମାର ସାହୁ, ସମ୍ପାଦକ ଶ୍ରୀ ଅଶୋକ କୁମାର ସିଂହ, ପର୍ଯ୍ୟାୟ ପ୍ରମୁଖ ଶ୍ରୀ ମନୋଜ କୁମାର ନାୟକ, ଅୟସ କାନ୍ତ ପତି ଲୀଳାମୟ ଦାସ, ଗୋଦାବରୀଶ ମିଶ୍ର, ସୁଶାନ୍ତ କୁମାର ବାରିକ, ବିଶ୍ୱ ରଞ୍ଜନ ଦାଶ। ମଞ୍ଚ ପରିଚାଳନା କରିଥିଲେ ବନଶ୍ରୀ ଦାଶ ଓ ସହଯୋଗ କରିଥିଲେ ଜ୍ୟୋତିର୍ମୟୀ ମହାପାତ୍ର। ସ୍ୱାଗତ କରିଥିଲେ ରଶ୍ମିରେଖା ସାମନ୍ତରାୟ, ବୌଦ୍ଧିକ ଦାୟିତ୍ୱ ରେ ଥିଲେ ମୋନାଲି ମହାପାତ୍ର ସାନ୍ତୋଷିନୀ ଆଚାରୀ, ଅନିତା ପଣ୍ଡା, ଶ୍ରୀତମ ସାହୁ। ଚିତ୍ରୋଉତ୍ତୋଳନ ଦାୟିତ୍ୱରେ ଥିଲେ ଡି ବରଣ୍ୟ ବାଗ। ଧନ୍ୟବାଦ ଦେଇଥଲେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ।





