ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଭଙ୍ଗାବାରୀ ସ୍ଥିତ କୁରାଳ ଭବନ ପରିସରରେ କଳାହାଣ୍ଡି କୁରାଳ ସମାଜର ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି କେଦାରନାଥ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ କର୍ମକର୍ତ୍ତା ତଥା ଭୂମିଦାତା ଶ୍ରୀମୁଖ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଉପସଭାପତି ଖଗେଶ୍ୱର ରଣା, କୋଷାଧ୍ୟକ୍ଷ ଲବକାନ୍ତ ରଣା, ବିଭିନ୍ନ ବ୍ଲକ୍ ର ବରିଷ୍ଠ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଗଙ୍ଗାଧର ରଣା, ସୁଧୀର ରଣା, ଦେବାର୍ଚ୍ଚନ ରଣା, ମୁରଲୀଧର ରଣା, କୌରବ ରଣା, ଡମ୍ବରୁଧର ରଣା ,ନବ ରଣା, ବଂଶୀଧର ନାଏକ, ପଦ୍ମନ୍ ନାଏକ, ନିରଞ୍ଜନ ରଣା, କୁଞ୍ଜବିହାରୀ ରଣା, ଜଗମୋହନ ରଣା ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଶିବପ୍ରସାଦ ନାଏକ, ଉଚ୍ଛବ ନାଏକ, ଜୟଦେବ ନାଏକ, ପରମାନନ୍ଦ ନାଏକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ବୀରକିଶୋର ରଣା ସ୍ୱାଗତ ଭାଷଣ ଓ ବିବରଣୀ ପଠନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଯୁବ ଲେଖକ ଡିଲେଶ୍ୱର ରଣା ଓ ପ୍ରାକ୍ତନ ସରପଞ୍ଚ ଚିତ୍ତରଞ୍ଜନ ରଣା। ପରେ ପରେ ସମାଜର କୁନିକୁନି କଳାକାରମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିଳ୍ପୀ ଓମପ୍ରକାଶ ରଣା ସଂଚାଳନ କରିଥିଲେ। ପ୍ରଥମେ ସମାଜର ପତାକା ଉତ୍ତୋଳନ ପରେପରେ ସୁରସେନ ଚକ୍ରକୁ ପୂଜାର୍ଚ୍ଚନା କରାଯାଇଥିଲା। ଯୁଗଳ ରଣା ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ। ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।





