ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ମିଳୁଛି ସମର୍ଥନ। ଲାଞ୍ଜିଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ମାଝୀ କରୁଛନ୍ତି ମାରାଥାନ ପ୍ରଚାର। ଗାଁ ଗାଁକୁ ବୁଲି ଭୋଟରଙ୍କୁ ଭେଟି ଆଶିର୍ବାଦ ଭିକ୍ଷା କରୁଛନ୍ତି ରମେଶ। ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରୁଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା ସମ୍ପୂର୍ଣ୍ଣରେ ଭୋଟର ମାନଙ୍କୁ ଅବଗତ କରାଇବା ସହ ନିର୍ବାଚନ ମଣ୍ଡଳୀରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇବାକୁ ହେଲେ ବିଜେପିକୁ ଭୋଟ ଦେଇ ବିଜୟୀ କରାଇବା ପାଇଁ ଅପିଲ କରିଛନ୍ତି ବିଧାୟକ ପ୍ରାର୍ଥୀ ରମେଶ ମାଝୀ। ସେପଟେ ବିଜେଡ଼ି ଓ କଂଗ୍ରେସର ଗୋଷ୍ଠୀ କନ୍ଦଳରୁ ବିଜେପି ଫାଇଦା ଉଠାଇବା ନେଇ ବେସ ଆଶିର୍ବାଦ ଥିବା ବେଳେ ନିର୍ବାଚନ ଯେମିତି ପାଖଇ ଆସୁଛି ବିଜେପିର ପଲା ସେତିକି ଭାରି ହେଉଛି। ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଧିରେ ଧିରେ ସରଗରମ ହେଉଛି ଲାଞ୍ଜିଗଡ଼ ରାଜନୀତି ପାଣିପାଗ। ଏପଟେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ପ୍ରଚାର ଜୋରଦାର କରି ଭୋଟରଙ୍କୁ କରୁଛି। ତେବେ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବ୍ୟାପକ ଦୁର୍ନିତୀ ବିରୁଦ୍ଧରେ ଲୋକେ ବିଜେପିକୁ ବହୁ ମତ ଦେବେ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ରମେଶ ମାଝୀ।