ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା ସ୍ଵପ୍ନେଶ୍ଵର କୃଷକ ସଂଘର ସଭାପତି ଆଇ ମକୁନ୍ଦ ରାଓଙ୍କ ସଂଯୋଜନାରେ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ କୃଷିର ଉନ୍ନତି ଏବଂ ଚାଷୀ ମାନଙ୍କ ମଙ୍ଗଳ ସକାଶେ ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅକ୍ଷୟ ତୃତୀୟାରେ ଅଖିମୁଠି ବପନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସର୍ଵ ପ୍ରଥମେ ସ୍ଵପ୍ନେଶ୍ଵର ମନ୍ଦିରରେ ସ୍ଵପ୍ନେଶ୍ଵର ଏବଂ ଲକ୍ଷ୍ମୀ ନାରାୟଣଙ୍କୁ ସ୍ମରଣ କରି ଘରୁ ଆଣିଥିବା କାକରା, କ୍ଷୀରି, ପାଚିଲା ଫଳ, ନଡ଼ିଆ, ବିହନ, ଧୂପ,ଦୀପ ଦେଇ ପୂଜାର୍ଚନା କରଯିବା ପରେ ହୁଳ ହୁଳି ଏବଂ ଘଣ୍ଟବାଦ୍ୟ ସହିତ ଧାନ କ୍ଷେତରେ ପହଂଚି କୃଷକଙ୍କ ଦ୍ଵାରା ସୂର୍ଯ୍ୟନାରାୟଣଙ୍କୁ ପୂଜାର୍ଚ୍ଚନା କରିବା ସଙ୍ଗେ ସଙ୍ଗେ ହଳ, ଲଙ୍ଗଳକୁ ପୂଜା କରି ଦୁଧ, ଚାଉଳ ଓ ହଳଦୀ ଚନ୍ଦନ ଦେଇ ଧାନ ବପନ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ଚାଷୀମାନେ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଗୀତ ପରିବେଷଣ ମାଧ୍ୟମରେ ଚାଷ କାମ ଆରମ୍ଭ କରିଥିଲେ।
ପୁରାଣ ବର୍ଣ୍ଣିତ ଅଛି ଏହି ଅକ୍ଷୟ ତୃତୀୟାରେ କୃଷି କାର୍ଯ୍ୟ ଆରମ୍ଭ କଲେ ଫସଲ ଭଲ ହୁଏ ବୋଲି, ତେଣୁ ଏହି ଅକ୍ଷୟ ତୃତୀୟା ଦିନ ପ୍ରତ୍ୟୋକ ଚାଷୀ କୃଷି କାମ ଅନୁକୂଳ କରଥାନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଋଷିକୁଲ୍ୟା ରୟତ ମହାସଂଘର ସମ୍ପାଦକ ଶ୍ରୀ ସିମାଞ୍ଚଳ ନାହାକ, ମୁଖ୍ୟବକ୍ତା ଭାବେ ଆଇ. ରାମା ରାଓ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ପରିବା ବଜାର ସଭାପତି ଶ୍ରୀ କିଶୋର ଚନ୍ଦ୍ର ଦାଶ, ବରିଷ୍ଟ ନାଗରିକ ସଂଘର ସଦସ୍ୟ ବନ୍ଧୁ ଶାସମଲ, ବିପିନି ବେହେରା ଉପସ୍ଥିତ ଥିବା ବେଳେ, କୃଷକ ସଙ୍ଘର ସମ୍ପାଦକ କିଶୋର କୁମାର ଶାସମଲ ଓ କୋଷାଧକ୍ଷ ରମେଶ ଚନ୍ଦ୍ର ଗୌଡ଼,
ଉପସଭାପତି ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ବରିଷ୍ଟ ଚାଷୀ ଦଣ୍ଡପାଣି ଗୌଡ଼, ଲକ୍ଷଣ ଗୌଡ଼, ସୋଲି ଗୌଡ଼, ନନ୍ଦ ଗୌଡ଼, ପ୍ରହଲ୍ଲାଦ ଗୌଡ଼, କାଳିଆ ମହାଙ୍କୁଡ, ସୁକୁଟା ଗୌଡ଼, କୁମ୍ଭାର ଗୌଡ଼, ଗଙ୍ଗା ଗୌଡ଼, କାଳିଆ ବେହେରା, ଟୁନା ବେହେରା, ଜଗନ୍ନାଥ ଦୋରା, ସନ୍ତୋଷ ଗୌଡ଼, ଅଭି ଗୌଡ଼, ଉପଦେଷ୍ଟା ପ୍ରଶାନ୍ତ କୁମାର ବେହେରା ଏବଂ ପଣ୍ଡିତ ପ୍ରଭୁତି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।