ବରଗଡ଼ ହିଂସା ମତଦାନ ସହ ଜଡିତ ନୁହେଁ;  ସୂଚନା ଦେଲେ ଜିଲ୍ଲା ନିର୍ବାଚନ ଅଧିକାରୀ

ଓଡ଼ିଆ ବାର୍ତ୍ତା/ ବରଗଡ଼: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ବରଗଡ଼ ସଦର ଥାନା ସରସରା ଗାଁରେ ଜଣେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଠିକ୍ ନିର୍ବାଚନ ସମୟରେ ଏହି ହତ୍ୟାକାଣ୍ଡ ଘଟିବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ବରଗଡ଼ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ । ତାଙ୍କ କହିବା ମୁତାବକ, ସରସରା ବୁଥ୍ ନମ୍ବର ୧୨୮ ଏବଂ ୧୨୯ ଠାରୁ ମାତ୍ର ୩ ଶହରୁ ୪ ଶହ ମିଟର ଦୂରରେ ଭୁଜାଲି ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ କରିବା ପରେ ବ୍ୟକ୍ତିଗତ ଶତ୍ରୁତାରୁ ଏଙି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାରୁ ଉଭୟଙ୍କ ଭିତରେ ଝଗଡା ହେଇଥିଲା ଏହାପରେ ଅଭିଯୁକ୍ତ ଜଣକ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଜଣକ ଫେରାର୍ ହେଇଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି। ତେବେ ଏହି ହିଂସା ମତଦାନ ସହ ଜଡିତ ନୁହେଁ ବୋଲି କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.