ବିଭୂତି ଭୂଷଣ ମହାଖୁଡଙ୍କ ଶୋକ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଜଣେ ପରିଚିତ ଯୁବ ନେତା ବିଭୂତି ଭୂଷଣ ମହାଖୁଡଙ୍କ ବିୟୋଗରେ କାରୁଣ୍ଡ ଫାର୍ମରସ୍ ପ୍ରଡ୍ୟୁସର ପ୍ରାଇଭେଟ କମ୍ପାନୀ ତରଫରୁ କମ୍ପାନୀ କାର୍ଯ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ମହାଖୁଡ଼ ଏହି କମ୍ପାନୀର ଆରମ୍ଭରୁ ସଭାପତି ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ତାଙ୍କରି ବିୟୋଗରେ ଏହି କମ୍ପାନୀର ସମସ୍ତ ପଦାଧିକାରୀ ତାଙ୍କରି ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା ସହ ନୀରବ ପ୍ରାର୍ଥନା ଓ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ମହାଖୁଡ଼ କଳାହାଣ୍ଡିର ଜଣେ ଆଗ ଧାଡ଼ିର ସମାଜସେବୀ ତଥା ସଂଗଠକ ରହି ଜୀବନର ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କରି ବିୟୋଗ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କମ୍ପାନୀ ମୁଖ୍ୟ ଆଦିତ୍ୟ ପ୍ରତାପ ସିଂହଦେଓ, ପ୍ରକାଶ ଚନ୍ଦ୍ର ମାଝୀ ମତ ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅମରେଶ ସିଂ, ନରୋତ୍ତମ ପଧାନ, ଦିଲ୍ଲୀପ ମହାଖୁଡ଼, ସୁଶାନ୍ତ ସାହୁ, ସଞ୍ଜୀବ ସାହୁ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଏହି ଶୋକ ସଭା ପରେ ସ୍ବର୍ଗତ ମହାଖୁଡଙ୍କ ବିୟୋଗ ପରେ କମ୍ପାନୀର ନୂତନ ସଭାପତି ଭାବେ ଅମରେଶ ସିଂ ଦାୟିତ୍ଵ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.