ଦ୍ଵାଦଶ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଚଳିତ ବର୍ଷର +୨ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା  ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଶତ ପ୍ରତିଶତ ସଫଳତା ଅର୍ଜନ କରିଛନ୍ତି। କଲେଜର ବିଜ୍ଞାନ ବିଭାଗରେ ମୋଟ ୨୩୦ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ମକରଧ୍ଵଜ ବେହେରା ୯୦.୫ ପ୍ରତିଶତ ମାର୍କ ରଖି ଜିଲା ତଥା କଲେଜ ପାଇଁ ଗୌରବ ଆଣିଛନ୍ତି। ସେହିପରି ଶିବ ସୁନ୍ଦର ବଚ୍ଛା ଓ ସୁମିତ କୁମାର ଗ୍ରହାଚାର୍ଯ୍ୟ ଉଭୟେ ୯୦ ପ୍ରତିଶତ ମାର୍କ ରଖିଛନ୍ତି। କଲେଜର ଦୁଇଶହ ଛାତ୍ରୀଛାତ୍ର ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ମଧ୍ୟ ଏହି କଲେଜର ୧୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ କେଶବ କୁମାର ଅଗ୍ରୱାଲ ୮୮ ପ୍ରତିଶତ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ଛାତ୍ରୀ ଛାତ୍ରଙ୍କ ଏଭଳି ସଫଳତାରେ କଲେଜର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓଡିଶା ଡି. ନାଗେଶ୍ଵର ରାଓ, ନିର୍ଦ୍ଦେଶକ ଡି. ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର, ଏକାଡେମୀକ ଇନଚାର୍ଜ ଡି. ବିଜୟା, କଲେଜ ଅଧ୍ୟକ୍ଷ ଯୁବରାଜ ନାୟକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ର ମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.