ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ତଥା ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସଂଘର ଉପଦେଷ୍ଟା ତଥା ବିଶିଷ୍ଟ ବ୍ୟକ୍ତି ଘାସିରାମ ମିଶ୍ର ଯୋଗ ଦେଇ ସଂଘ ଦ୍ବାରା ସରକାରଙ୍କୁ ନିଜ ସ୍ୱାଭିମାନକୁ ବିକ୍ରି ନ କରି ଏଥିରୁ ବିରତ ରହି ନିଜର ହକ ପାଇଁ ଦାବୀ ଜାହିର କରିବାକୁ ପରାମର୍ଶ ଦେଇଥିଲେ ଓ ସମାଜରେ ମାନବ ବାଦର ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ବରିଷ୍ଠ ନାଗରିକଙ୍କୁ ପରାମର୍ଶ କରିଥିଲେ। ସଂଘ ସଭାପତି ଜ୍ୟୋତି ରଞ୍ଜନ ବହିଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ପ୍ରଦୀପ ପୁରୋହିତ ସଂଯୋଜନା କରିଥିଲେ। ବଲାଙ୍ଗୀର ବରିଷ୍ଠ ନାଗରିକ ସଂଘର ବିକ୍ରମ ବହିଦାର, ବସନ୍ତ ଆଚାର୍ଯ୍ୟ ବୌଦ୍ଧ ଜିଲ୍ଲାରୁ ରାଜେନ୍ଦ୍ର ମିଶ୍ର ସୋନପୁରରୁ ଗୋରେଖ ନାଥ ସାହୁ, ଡଃ ପ୍ରଫୁଲ୍ଲ କୁମାର ରଥ, ଯୋଗେନ୍ଦ୍ର ପଣ୍ଡା, ମିନା ମହାରଣା, ଶ୍ରୀବତ୍ସ ମଲ୍ଲିକ, ଆର୍ତ୍ତତ୍ରାଣ ବାବୁ, ରାଧା କିଶନ ଅଗ୍ରୱାଲା, ବ୍ୟୋମକେଶ ଦାଶ, ହରି ନାରାୟଣ ତ୍ରୀପାଠୀ, ଇନ୍ଦ୍ରମଣି ଦାଶ, ପ୍ରତାପ ଦାଶ, କଳାକାହ୍ନୁ ଦାଶ, ନାରାୟଣ ପ୍ରସାଦ ରାୟଗୁରୁ, ବୈକୁଣ୍ଠ ଶତପଥୀ, ସନ୍ତୋଷ ପାଢ଼ୀ, ପ୍ରହଲ୍ଲାଦ ମିଶ୍ର, ସୁର୍ଯ୍ୟ ସରାଫ, ପ୍ରଶାନ୍ତ ସାହୁ ପ୍ରମୁଖ ଶତାଧିକ ବରିଷ୍ଠ ନାଗରିକ ସହଯୋଗ କରିଥିଲେ।