୩ କ୍ଵିଣ୍ଟାଲ ୭୫ କେଜି ଗଞ୍ଜେଇ ଓ କଣ୍ଟେନର ଜବତ, ୨ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ଅପରାହ୍ନ ୪ ଟା ବେଳେ ସୋନପୁର ପୋଲିସର ପେଟ୍ରୋଲିଂ ବେଳେ କୌଣସି ସୁତ୍ରରୁ ଖବରପାଇ ଏକ ଟାଟା କମ୍ପାନୀର କଣ୍ଟେନର ଟ୍ରକ ୩୧୩୮ ଯାହାର ନମ୍ବର ଏମପି ୧୮- ଜିଏ- ୨୭୩୬କୁ ଯାଞ୍ଚ କରି ସେଥିରୁ ୩ କ୍ଵିଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି। ଯାହାର ମୂଲ୍ୟ ୩୭ ଲକ୍ଷରୁ ଅଧିକ ବୋଲି ସୂଚନା ମିଳିଛି। ସେହିପରି କଣ୍ଟେନରର ମୂଲ୍ୟ ୩୦ ଲକ୍ଷ ଓ ସେଥିରେ ଥିବା ୨୫ ଟନ ଲୁହା ଛଡ଼ ଯାହାର ମୂଲ୍ୟ ୧୫ ଲକ୍ଷ ଏବଂ ଦୁଇଟି ଫୋନ ୩୦ ହଜାର ମୂଲ୍ୟର ଜିନିଷ ଜବତ କରିଛି ସୋନପୁର ପୋଲିସ। ସୁବର୍ଣ୍ଣପୁର ଏସପିଙ୍କ ନିର୍ଦ୍ଦେଶରେ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଲୋକନାଥ ସାହୁଙ୍କ ନେତୃତ୍ୱରେ ଏକ ସ୍ପେଶାଲ୍ ସ୍କ୍ୱାର୍ଡ ଏଇ କଣ୍ଟେନର ଟ୍ରକ ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତ ମଧ୍ଯ ପ୍ରଦେଶ ଶାହାଡୋଲ ଜିଲ୍ଲାର ଟ୍ରକ୍ ଡ୍ରାଇଭର ବିନୋଦ ମାଝୀ (୪୫) ଓ ମଧ୍ୟପ୍ରଦେଶର ଗାଡ଼ି ହେଲ୍ପର ବିଜୟ ଗାଭେଲ (୨୪) ଙ୍କୁ ସୋନପୁର ପିଏସ କେଶ ନମ୍ୱର୍ ୧୭୬ ତାରିଖ ୨୬-୦୫-୨୪ (ୟୁଏସ ୨୦) ବି ଆଇଆଇ ସି ୨୫/୨୯ ଏନଡିପିଏସ ଧାରାରେ ଗିରଫ କରିଛି। ଆଜି ଏ ଘଟଣା ନେଇ ସୋନପୁର ପୋଲିସ ଷ୍ଟେସନରେ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲଙ୍କ ନେତୃତ୍ୱରେ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଆଇଆଇସି ଲୋକନାଥ ସାହୁଙ୍କ ଉପସ୍ଥିତିରେ ଏକ ସାମ୍ୱାଦିକ ସମ୍ମିଳନୀ ଅୟୋଜନ କରାଯାଇ ଏସପି ଶ୍ରୀମାଲ ସମସ୍ତ ସୂଚନା ଦେଇଛନ୍ତି। ଏବଂ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ମଧ୍ଯ ପ୍ରଦେଶକୁ ଏହା ଚାଲାଣ ହେଉଥିବା ଖବର ମିଳିଛି। ନୂତନ ଏସପି ଶ୍ରୀ ଶ୍ରୀମାଲଙ୍କ ତତ୍ଵାବଧାନରେ ଏସଡିପିଓ ଶ୍ରୀ ତ୍ରିପାଠି ଏବଂ ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସ୍ପେସାଲ ସ୍କ୍ୱାର୍ଡଙ୍କ ଉଦ୍ୟମରେ ଜିଲ୍ଲା ପୋଲିସକୁ ଏବେ ଗଞ୍ଜେଇ ଚୋରା ଚାଲାଣକୁ ରୋକିବାରେ ଖୁବ୍ ସଫଳତା ମିଳିଥିବାରୁ ସହରବାସୀ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ବୌଦ୍ଧ ଜିଲ୍ଲାରୁ ଚୋରା ଚାଲାଣକାରୀମାନେ ସୋନପୁର ବାଟ ଦେଇ ହିଁ ମଧ୍ଯପ୍ରଦେଶ ଓ ଉତ୍ତରପ୍ରଦେଶ ଅଞ୍ଚଳକୁ ସବୁବେଳେ ଗଞ୍ଜେଇ ଚୋରା ଚାଲାଣ କରୁଥିବାରୁ ଏ କ୍ଷେତ୍ରରେ ସୋନପୁର ଜିଲ୍ଲାର ନାଁ ଟା ଆଗେ ଫୋକୋସ ହେଉଥିବା ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଏସପି ଶ୍ରୀମାଲ ଓ ବୌଦ୍ଧ ଅଞ୍ଚଳର ଗଞ୍ଜେଇ ସପ୍ଲାୟର ମାନଙ୍କୁ ଠାବ କରିବାକୁ ପଡ଼ୋଶୀ ଜିଲ୍ଲା ଏସପିଙ୍କ ସହିତ ଉଦ୍ୟମ କରୁଛୁ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.