‘ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣା କର’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ରାଜସ୍ଥାନ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଅନୁପ କୁମାର ଧାଣ୍ଡଙ୍କ ଖଣ୍ଡପୀଠ କହିଛନ୍ତି, ଗତ କିଛି ସପ୍ତାହରେ ହିଟ୍‌ଓ୍ବେଭ ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରାଣହାନି ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ତାତିରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ବିଭିନ୍ନ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯଦି ଏପରି ସ୍ଥଳେ କଡ଼ା ପଦକ୍ଷେପ ଗ୍ରହଣ ନ କରାଯିବ, ତେବେ ଏହାର ପରିଣତି ଭୟଙ୍କର ହେବ। ଜାତୀୟ ଦୁର୍ବିପାକ ଘୋଷଣା ଦ୍ୱାରା ବନ୍ୟା, ବାତ୍ୟା ଆଦି ପରି ଜରୁରିକାଳୀନ ସାହାଯ୍ୟ ଯୋଗାଇଦିଆଯାଇ ପାରିବ ବୋଲି ଉଚ୍ଚ ଅଦାଲତ କହିଛନ୍ତି। ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ସତର୍କ ହେବା ସହ ଆଗୁଆ ବିଭିନ୍ନ ପଦକ୍ଷେପ ନେବାକୁ ରାଜସ୍ଥାନ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.