ଏକଛତ୍ରବାଦୀ ଶାସନ ହାରିବ, ଗଣତନ୍ତ୍ର ଜିତିବ -କେଜ୍ରିଓ୍ବାଲ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜୁନ୍ ୧ ଶନିବାର ଦିନ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କୁ ଏକ ବଡ଼ ନିବେଦନ କରିଛନ୍ତି। ସେ ‘X’ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆଜି ଗଣତନ୍ତ୍ରର ଏହି ମହାନ ପର୍ବରେ ଦେଶ ଶେଷ ପର୍ଯ୍ୟାୟରେ ଭୋଟ୍ ଦେବ। ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଆପଣ ସମସ୍ତଙ୍କୁ ମତଦାନ କରିବା ପାଇଁ ପଡିବ। କେଜ୍ରିୱାଲ ସମସ୍ତଙ୍କୁ ମତଦାନ କରିବା ପାଇଁ ଅପିଲ୍ କରିଛନ୍ତି। ସମସ୍ତେ ଭୋଟ ଦେଲେ ଏକଛତ୍ରବାଦୀ ଶାସନ ହାରିବ, ଗଣତନ୍ତ୍ର ଜିତିବ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.