ରକ୍ତ ଦାନ କରି ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇଲେ ଦଧିବାମନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମୁଖ୍ୟ ଚିକିତ୍ସାଳୟ ଠାରେ ବୀରମହାରାଜପୁର ବ୍ଲକ ବଡମାଲ ବହଲପଦର୍ ଗାଁର ପ୍ରସୂତି ମହିଳା ସୁଜାତା ପଧାନଙ୍କୁ ରକ୍ତ ଦାନ କରି ଜୀବନ ବଂଚାଇଲେ ରକ୍ତ ଦାତା ଦଧିବାମନ ସାହୁ। ସ୍ଥାନୀୟ ରକ୍ତ ଭଣ୍ଡାର ରେ ବର୍ତ୍ତମାନ ଦେଖା ଦେଇଥିବା ରକ୍ତର ସଙ୍କଟ ବେଳେ ଏଭଳି ଅସମୟରେ ପ୍ରଭୂ ଦଧିବାମନ ରୂପରେ ହଠାତ୍ ରକ୍ତ ଦାନ କରିବାକୁ ପହଞ୍ଚି ଗଲେ। ଘମଣ୍ଡିଆ ପାଲି ବୀରମହାରାଜପୁର ଅଞ୍ଚଳର ୨୮ ବର୍ଷୀୟ ଯୁବକ ଦଧିବାମନ ସାହୁ। ଯିଏ କି ଅନେକ ଥର ଓ+ ରକ୍ତ ଦାନ କରି  ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ଆଉ ଏ ମହତ ସେବାର ସୁଯୋଗ ଓ ପ୍ରେରଣା ଲାଭ କରିଛନ୍ତି ରକ୍ତ ଆୟୋଜକ ତଥା ପୋଲିସ କର୍ମଚାରୀ ମନୋଜ ପଣ୍ଡା, ସୁଧାଂଶୁ ମେଣ୍ଡଲୀ, ନିମେଇଁ ଖଣ୍ଡଗିରି ଓ ଧନଞ୍ଜୟ ଭୋଇଙ୍କ ପାଇଁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏଭଳି ଗ୍ରୀଷ୍ମ ପ୍ରବାହରେ ରକ୍ତର ସଙ୍କଟ ବେଳେ ନୂତନ ଯୁବ ପୀଢ଼ି ରକ୍ତ ଦାନ କରିବାକୁ ଓ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ସୁବର୍ଣ୍ଣପୁର ରକ୍ତ ଦାତା ସଂଘ ର ଜିଲ୍ଲା ସଭାପତି ମନୋଜ୍ ପଣ୍ଡା ନିବେଦନ କରିଛନ୍ତି। ପ୍ରକାଶ ଥାଉ କି ଯେ ବିଗତ ଏସପି ଶ୍ରୀ ଅମରେଶ ପଣ୍ଡାଙ୍କ କାର୍ଯ୍ଯ କାଳ ଭିତରେ ତାଙ୍କ ନେତୃତ୍ଵ ରେ ଶହ ଶହ ରକ୍ତ ଦାନ ଶିବିର ଆୟୋଜନ କରାଇବାରେ ଓ ଜିଲ୍ଲା ତଥା ପାଖ ପଡ଼ୋଶୀ ଜିଲ୍ଲାରେ ରକ୍ତର ଅଭାବ ଦୂର କରିବାରେ ଉଲ୍ଲେଖନୀୟ ଅବଦାନ ଥିଲା ଓ ଓଡ଼ିଶାରେ ରେକର୍ଡ ସୃଷ୍ଟି ହୋଇଥିବା ସୂଚନା ଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.