ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): ଜୁନାଗଡ଼ରେ ଗଡ଼ ରକ୍ଷା କରିବାକୁ ସକ୍ଷମ ହୋଇଛି ବିଜୁ ଜନତା ଦଳ। ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହେଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ବିଜେଡ଼ି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ମନୋଜ ମେହେରଙ୍କୁ ୧୩୭୯ ଭୋଟରେ ପରାସ୍ତ କରିଛନ୍ତି। ବିଜେଡ଼ି ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ୭୬୪୮୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ମନୋଜ ମେହେର ୭୫୧୦୪ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଓ କଂଗ୍ରେସ ପ୍ରାର୍ଥୀ ତୁଲେଶ୍ବର ନାଏକ ୩୯୦୫୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।