ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପରାସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ ଏବଂ ବିଜେଡିର ସଭାପତି ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ପରାଜିତ କରି କଣ୍ଟାବାଞ୍ଜିରେ ଗୈରିକ ଧ୍ବଜା ଉଠାଇଛନ୍ତି ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ। ଏହି ନିର୍ବାଚନ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ଲକ୍ଷ୍ମଣ ବାଗ ୧୬୩୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ମୋଟ ୯୦୮୭୬ ଖଣ୍ଡ ମିଳିଥିବାବେଳେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡ଼ି ପ୍ରାର୍ଥୀ ନବୀନ ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓ ତାଙ୍କୁ ୭୪୫୩୨ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ତାଙ୍କୁ ୨୬୮୩୯ ଖଣ୍ଡ ଭୋଟ ମିଳିଛି।