ରଞ୍ଜିତ କୁମାର ସାହୁ
“ରାଜ କନ୍ୟା ମଧ୍ୟ ଭାଗ୍ୟର ଖେଳରେ,
ପାଇ ଥାଏ କେବେ ଜୀବନେ ଦୁଃଖ ।
ଜନ୍ମରୁ ନୁହଁଇ କର୍ମରୁ ଜନ୍ମଇଁ,
ଏହି ସଂସାରେ ମଣିଷର ସୁଖ ।”
ଏହି ଜ୍ଞାନ ପାଇ ନିଜର ପତିର,
ଆୟୁଷ କରି ପାରିଥିଲେ ଦୀର୍ଘ,
“ମହାସତୀ” ରୂପେ କରି ସମ୍ବୋଧନ,
ଜଗତ ଦିଏ ଯାହାକୁ ମହାର୍ଘ୍ୟ ।
“ଅବଳା’ ନାମରେ ‘ଦୁର୍ବଳା’ ନୁହେଁ ସେ,
ସାଜିଲେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ,
ସୃଷ୍ଟିର ଶୃଙ୍ଗାର ଯାହାର କରରେ,
ସାଜେ ମନୋବଳେ ସେ ମହାସତୀ !
ତାହାର ସମୀପେ ଠିଆ ହୋଇ ଦିନେ,
ସୂର୍ଯ୍ୟପୁତ୍ର ମାନେ ତା’ ପରାଜୟ,
ବୁଦ୍ଧିରେ ନିଜର ଦିଅଇ ଜୀବନ,
ନିଜ ତପ ବଳେ ପାଏ ବିଜୟ ।
ହେଉ ଯେତେ ଘନ ଉଆଁସର ରାତି,
ଥାଉ କଣ୍ଟକ ଯେତେ ତାର ପଥେ,
ବିଧିର ବିଧାନ ହୋଇ ପାରେ ଆନ,
ଧରା ପୃଷ୍ଠରେ, ନାରୀର ଶପଥେ ।।