ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଲୋକସଭାରେ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ ପରେ ଅଖିଳେଶ ଯାଦବ ଏବେ ଜାତୀୟ ରାଜନୀତିରେ ନିଜର ଦବଦବା ବଢାଇବାକୁ ଚାହୁଁଛନ୍ତି । ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ । କକା ଶିବପାଲ ଯାଦବଙ୍କୁ ବିରୋଧୀ ଦଳ ନେତା ଭାବେ ନୂଆ ଦାୟିତ୍ୱ ଦେଇପାରନ୍ତି ସମାଜବାଦୀ ପାର୍ଟି ମୁଖିଆ । ଚଳିତ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତୃତୀୟ ବୃହତ୍ତ ଦଳ ଭାବେ ଉଭା ହୋଇଛି । ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି ୩୭ ଆସନରେ ବିଜୟ ହାସଲ କରିଛି । ଅନ୍ୟପଟେ ସାଧାରଣ ନିର୍ବାଚନରେ କ୍ଷମତାସୀନ ବିଜେପିକୁ ବଡ ଝଟକା ଲାଗିଛି । ୨୦୧୯ ତୁଳନାରେ ବିଜେପି ୨୯ଟି କମ ଆସନ ପାଇଛି । ୨୦୧୯ରେ ବିଜେପି ୬୨ଟି ଆସନ ପାଇଥିବା ବେଳେ ୨୦୨୪ରେ ବିଜେପିକୁ ମାତ୍ର ୩୩ଟି ଆସନ ମିଳିଛି । ଅଖିଳେଶ ଯାଦବ କରହଲ ଆସନରୁ ଏବେ ବିଧାୟକ ଅଛନ୍ତି । ତେବେ ଚଳିତ ନିର୍ବାଚନରେ କନୌଜ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ନିୟମ ଅନୁସାରେ ବିଧାୟକ ଓ ସାଂସଦ ପଦରୁ ଗୋଟିଏ ଅଖିଳେଶଙ୍କୁ ଛାଡିବାକୁ ପଡିବ । ବିଧାୟକ ପଦରୁ ଇସ୍ତଫା ଦେଲେ କରହଲ ଆସନରୁ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିପାରନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.