ନର୍ଲାରୋଡରେ କିନ୍ନରଙ୍କ ସାବିତ୍ରୀ ବ୍ରତ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଧବା ହିନ୍ଦୁ ନାରୀ ସ୍ୱାମୀର ମଙ୍ଗଳ ମନାସୀ, ଦୀର୍ଘାୟୁ କାମନା କରି ଉପବାସରେ ରହି ସାବିତ୍ରୀ ବ୍ରତ ପାଳିଥାଏ। ହେଲେ ନର୍ଲାରୋଡ ରେ ସେବାକରୀ କିନ୍ନର ସଂଘର ସଦସ୍ୟ ମାନେ ଆଜି ନର୍ଲାରୋଡ ଶିବ ମନ୍ଦିର ସ୍ଥିତ ବଟବୃକ୍ଷ ମୂଳରେ ସାବିତ୍ରୀ ବ୍ରତ ପାଳୁଥିବା ଦେଖିବାକୁ ମିଳିଥିଲା। ପୁରାଣ ବର୍ଣ୍ଣିତ କଥାନୁଯାୟୀ ଅଶ୍ୱପତି ରାଜାଙ୍କର ସୁପୁତ୍ରୀ ସାବିତ୍ରୀ ଜଣେ ଅଳ୍ପାୟୁ ରାଜ କୁମାର ସତ୍ୟବାନଙ୍କୁ ପତି ରୁପରେ ବରଣ କଲେ। ବିବାହର କଛିଦିନ ପରେ ରାଜ କୁମାର ସତ୍ୟବାନ ଜଙ୍ଗଲକୁ ଯିବା ପାଇଁ ଚାହିଁବାରୁ ତାଙ୍କ ସହ ତାଙ୍କ ସହଧର୍ମିଣୀ ସାବିତ୍ରୀ ମଧ୍ୟ ଜଙ୍ଗଲକୁ ଯାଇଥିଲେ। ସେଠାରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା। ଯମରାଜ ଆସି ସତ୍ୟବାନକୁ ନେଇଯିବା ପାଇଁ ଚାହିଁବାରୁ ତାଙ୍କଠାରୁ ନମ୍ର, ଭଦ୍ର ବ୍ୟବହାର ପ୍ରଦର୍ଶନ ଓ ଚତୁରତାର ସହ ପିତୃ ଗୃହ, ଶଶୁରାଳୟ ର ମଙ୍ଗଳ ସାଧନ ନିମନ୍ତେ ବର ମାଗି ସତ୍ୟବାନଙ୍କୁ ମଧ୍ୟ ଯମରାଜାଙ୍କ ନିକଟରୁ କୌଶଳ କ୍ରମେ ଛଡାଇ ଆଣିଥିଲେ। ଏଣୁ ସାବିତ୍ରୀଙ୍କ ପତିବ୍ରତା ଆଗରେ ଯମରାଜା ମଧ୍ୟ ହାର ମାନିଥିଲେ। ଏଣୁ ସାବିତ୍ରୀଙ୍କୁ ମହାସତୀ ବୋଲି ମଧ୍ୟ କୁହାଯାଏ। ସେହି ଦିନ ଠାରୁ ପ୍ରତ୍ୟେକ ହିନ୍ଦୁ ଓଡିଆ ପରିବାରର ବୋହୁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ସ୍ୱାମୀର ମଙ୍ଗଳ ମନାସୀ ଥାନ୍ତି। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳିତ ହୋଇଥାଏ। ଏଣୁ ଆଜି ଘରେ ଘରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ନର୍ଲା ଅଞ୍ଚଳର ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର, ନର୍ଲାରୋଡ ଶିବ ମନ୍ଦିର, ନର୍ଲା ବସ୍ତି ମଧ୍ୟସ୍ଥ ଶିବ ମନ୍ଦିର, ସର୍ଗିଗୁଡା ପ୍ରହରୀ ମଣ୍ଡପ ପ୍ରଭୃତି ଧାର୍ମିକ ସ୍ଥାନରେ ମହିଳା ମାନେ ସମବେତ ହୋଇ ସାବିତ୍ରୀ ବତ ପୂଜା କରି ଆସୁଥିଲେ। ଇଏ ତ ଗଲା ସଧବା ମହିଳା ସାବିତ୍ରୀ ବ୍ରତ ପାଳନ ଏକ ପରମ୍ପରା ଯୁକ୍ତ ପ୍ରକ୍ରୀୟା। ହେଲେ ଆଜି ନର୍ଲାରୋଡ ଶିବ ମନ୍ଦିର ପାର୍ଶ୍ଵସ୍ଥ ବଟ ବୃକ୍ଷ ମୂଳରେ ନର୍ଲାରୋଡ କିନ୍ନର ମାନେ ସାବିତ୍ରୀ ବ୍ରତ ପୂଜା କରିଛନ୍ତି। ପୂଜକ ପଣ୍ଡିତ ଭାବରେ ନରସିଂହ ପାଢ଼ୀ ପୂଜନ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ନେତୃତ୍ୱରେ ବର୍ଷା, ରିତା, ବୁଲବୁଲ, ମୁସ୍କାନ, ମନୀକା, ମେଘା, ସୁମନ, ସଙ୍ଗୀତା, ସରିତା, ବାସନ୍ତୀ, ବବି, ନିହା, ମନ୍ଦାର, ଝରନ, ସିଲ୍କି, ବିନୁ, ସୌମ୍ୟା, ଉର୍ମୀ, ଲିଲି, ଶିବାନୀ କିନ୍ନର ପ୍ରମୁଖଙ୍କ ସମେତ ଜୁନାଗଡ଼, ଭବାନୀପାଟଣା, କେସିଙ୍ଗା, ଧର୍ମଗଡ, ମୁଖିଗୁଡ଼ା, ରାମପୁର ପ୍ରଭୃତି ସ୍ଥାନରୁ କିନ୍ନର ମାନେ ସମବେତ ହୋଇ ବଟ ସାବିତ୍ରୀ ପୂଜା କରିଥିଲେ।

Omkar Vasthu
Omkar Vasthu

ସଧବା ନାରୀ ନିଜ ସ୍ୱାମୀର ମଙ୍ଗଲ ମନାସୀ ସାବିତ୍ରୀ ପୂଜା କରି ବ୍ରତ ବାନ୍ଧିଥାନ୍ତି। ହେଲେ ଆପଣ ମାନେ କାହା ପାଇଁ ସାବିତ୍ରୀ ପୂଜା କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର କହିଛନ୍ତି ଯେ ଆମ କିନ୍ନର ମାନଙ୍କର ଗୁରୁ ଚେଲାର ପରମ୍ପରା ରହିଛି। ପ୍ରତ୍ୟେକ କିନ୍ନରଙ୍କର ଜଣେ ଗୁରୁ ରହିଛନ୍ତି। ଗୁରୁ ହିଁ ଆମର ସର୍ବେସର୍ବା। ଏଣୁ ଆମେ କିନ୍ନରମାନେ ଆଜି ଦିନରେ ଗୁରୁଙ୍କ ମଙ୍ଗଳ ମନାସୀ, ଗୁରୁଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାଉ। ଏହା ଆଜିର ପରମ୍ପରା ନୁହଁ। ଦୀର୍ଘ ଦିନରୁ ଏହି ପରମ୍ପରା ଚାଲି ଆସୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.