ଆଇସିସି ଟି୨୦ ବିଶ୍ୱକପ କ୍ରିକେଟର ପ୍ରଥମ ମ୍ୟାଚରେ ପରାଜୟ ପରେ ଡିନର ପାର୍ଟି ବାତିଲ କଲା ପାକିସ୍ତାନ କ୍ରିକେଟ ଟିମ

ଓଡ଼ିଆ ବାର୍ତ୍ତା/ ନ୍ୟୁୟର୍କ: ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ଦଳ ତାର ପ୍ରଥମ ମ୍ୟାଚରେ ଆମେରିକାଠାରୁ ହାରି ଯାଇଛି । ମ୍ୟାଚ ପରେ ପାକିସ୍ତାନ ଟିମ ଏକ ନୈଶ୍ୟଭୋଜିରେ ଯୋଗ ଦେବାକୁ ଥିଲା । ମାତ୍ର ସେମାନେ ଯିବାକୁ ମନା କରି ଦେଇଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁସାରେ ଶାହୀନ ଆଫ୍ରିଦୀ, ନସୀମ ଶାହ, ଶାଦାବ ଖାଁ ଓ ବାବର ଆଜାମଙ୍କ ପରି ଷ୍ଟାର ଖେଳାଳି ନ୍ୟୁୟର୍କର ଗାଲା ଡିନରକୁ ଯିବାର ଥିଲା । ମାତ୍ର ସେମାନେ ଯାଇ ନ ଥିଲେ । ଅବଶ୍ୟ ପାକିସ୍ତାନ ଟିମ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏହି ଡିନର ପାର୍ଟିରେ ପ୍ରଶଂସକମାନେ ଖେଳାଳିଙ୍କୁ ଭେଟିବା ପାଇଁ ୨୫ ଡଲାର ଚାର୍ଜ କରିଥିଲେ । ଏହା ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାଇରାଲ ହୋଇଥିଲା । ଆମେରିକାଠାରୁ ହାରିବା ପରେ ପାକିସ୍ତାନ ଟିମ ମନୋବଳ ଭାଙ୍ଗି ପଡିଛି । ଦଳ ୯ରେ ଭାରତ ବିପକ୍ଷରେ ହାଇ ଭୋଲଟେଜ ମୁକାବିଲା ଖେଳିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.