ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୯୦ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କ ଶୁଭେଚ୍ଛା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ତୃତୀୟ ପାଳି ପାଇଁ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହ ପରେ ତୁରନ୍ତ ୧୪୦ କୋଟି ଦେଶବାସୀଙ୍କୁ ସେବା କରିବାକୁ ପ୍ରତିବଦ୍ଧତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିଥିବା ସମସ୍ତ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କର କେନ୍ଦ୍ର ମନ୍ତ୍ରୀ ପରିଷଦକୁ ‘ଯୁବକ ଏବଂ ଅଭିଜ୍ଞତାର ଏକ ମିଶ୍ରଣ’ ବୋଲି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ ସେ ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ କରିଥିବା ବିଶ୍ୱର ବିଶିଷ୍ଟ ଅତିଥିମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୪୦ କୋଟି ଦେଶବାସୀଙ୍କୁ ସେବା ଯୋଗାଇବା ଏବଂ ଦେଶକୁ ବିକାଶର ନୂତନ ଉଚ୍ଚତାକୁ ନେଇ ନିଜର ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରିଥିଲେ। ତେବେ ନରେନ୍ଦ୍ର ମୋଦୀ ଏନ୍‌ଡିଏର ନେତା ନିର୍ବାଚିତ ହେବା ପରଠାରୁ ୯୦ରୁ ଅଧିକ ରାଷ୍ଟ୍ରନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ଜର୍ମାନ ଚାନସେଲର ଓଲାଫ୍ ସ୍କଲ୍‌ଜ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ରୁଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ୍ ମଧ୍ୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୁଟିନ ଓ ସୁନକ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଫୋନ୍ କରି କଥା କଥା ହୋଇଥିଲେ। ବାଇଡେନ ମଧ୍ୟ ମୋଦୀଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି। ସୁନକ ଦେବନାଗରୀ ଲିପିରେ ଏକ ଟ୍ୱିଟ୍ ମଧ୍ୟ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଭାରତ ଓ ବ୍ରିଟେନ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି ଏବଂ ଏହା ଆହୁରି ବୃଦ୍ଧି ପାଇବ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତ।  ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ମଧ୍ୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀଙ୍କୁ ଶୁଭେଚ୍ଛା ଜଣାଇବାରେ ଅନ୍ୟମାନଙ୍କ ମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁ, ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ପ୍ରମୁଖ ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.