ଓଡ଼ିଶାରେ ବଢିଥିଲା ଲୋକସଭା ସାଂସଦ ସଂଖ୍ୟା, ବଢିଲାନି ମନ୍ତ୍ରୀ ପଦ 

ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ହେଲେ ମନ୍ତ୍ରୀ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରବିବାର ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଛନ୍ତି। ଏହା ସହ ତାଙ୍କ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ମଧ୍ୟ ସପଥପାଠ କରିଛନ୍ତି। ଏଥର ଓଡ଼ିଶାକୁ ମିଳିଛି ୩ ମନ୍ତ୍ରୀ ପଦ। ନିର୍ବା‌ଚିତ ଲୋକସଭା ସାଂସଦଙ୍କ ମଧ୍ୟରୁ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହୋଇଛନ୍ତି। ବିଜେପିର ଏକମାତ୍ର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମଧ୍ୟ ମନ୍ତ୍ରୀ ହୋଇଛନ୍ତି। ତିନି ଜଣ ଯାକ ଅନୁଭବୀ ଓ ଅଭିଜ୍ଞ ସାଂସଦଙ୍କୁ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଓଡ଼ିଶାରୁ ଏଥର ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟରେ ବିଜେପିର ଏହା ହେଉଛି ସର୍ବକାଳୀନ ରେକର୍ଡ। ବିଜେପି ଗଠନ ହେଲା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଏମିତି ଏକ ବଡ଼ ସଫଳତା ମିଳିଛି। ପୁଣି ରାଜ୍ୟରେ ବିଜେପି ସରକାର ବି ଗଠନ ହେବାକୁ ଯାଉଛି। ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଥିବାରୁ କେନ୍ଦ୍ରରେ ଅଧିକ ମନ୍ତ୍ରୀ ପଦ ମିଳିବ ବୋଲି ଅନୁମାନ କରାଯାଉଥିଲା। ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ସମ୍ବିତ ପାତ୍ର ପ୍ରମୁଖଙ୍କ ନାମ ମନ୍ତ୍ରୀ ଚର୍ଚ୍ଚାରେ ରହିଥିଲା। କିନ୍ତୁ ମୋଦୀ କେବଳ ଦୁଇ ଜଣ ପୁରୁଣା ନେତାଙ୍କୁ ହିଁ ଭରସା କରିଛନ୍ତି। ଭର୍ତ୍ତୃହରିଙ୍କ ନାମ ଏବେ ବି ବାଚସ୍ପତି ଚର୍ଚ୍ଚାରେ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.