ପଦବୀରୁ ଇସ୍ତଫା ଦେଲେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି

ବ୍ଲକ ଷ୍ଟାଫ, ସରପଞ୍ଚ ଓ ସମିତି ସଦସ୍ୟ ସଂଘଙ୍କ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଆଜି ସୋମବାର ନର୍ଲା ବିଡ଼ିଓ ରିପୁନାଥ ସୁନାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗତ ୨୦୨୨ ରେ ସେ ଦ୍ଵିତୀୟ ଥର ପାଇଁ ବ୍ଲକ ଅଧ୍ୟକ୍ଷା ଆସନରେ ଆସିନ ହୋଇଥିଲେ। ଏହା ପୁର୍ବରୁ ୨୦୧୭ ରେ ପ୍ରଥମ ଥର ପାଇଁ ରାକ୍ସି ଗ୍ରାମ ପଂଚାୟତରୁ ସମିତି ସଦସ୍ୟ ଭାବରେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନରେ କର୍ମେଗାଁ ଗ୍ରାମ ପଂଚାୟତର ସମିତି ସଦସ୍ୟ ଭାବରେ ନିର୍ବାଚିତ ହୋଇ ପୁଣିଥରେ ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ସ୍ଵାମୀ ଦୁର୍ଗାପ୍ରସାଦ ମହାନ୍ତି ନର୍ଲା ବ୍ଲକରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟରତ ଅଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ଶ୍ରୀମତୀ ମହାନ୍ତି ଜନ ସମର୍ଥନରେ ଶିଶାଗ୍ରେ ରହିଥିବାରୁ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ନର୍ଲା ବିଧାୟିକା ପ୍ରାର୍ଥୀନୀ କଲେ। ନିର୍ବାଚନରେ ଭେଟରାନ କଂଗ୍ରେସ ନେତା, କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ମାତ୍ ଦେଇ ୫୨୦୫ ଭୋଟ ବ୍ୟବଧାନରେ ବିଜୟୀ ହୋଇ ନର୍ଲା ବିଧାୟିକାର ମୁକୁଟ ପିନ୍ଧିଲେ। ବିଧାୟିକା ଭାବରେ ନିର୍ବାଚିତ ହୋଇଥିବାରୁ ଶ୍ରୀମତୀ ମହାନ୍ତି ଆଜି ଦିବା ୧୧ ଘଣ୍ଟା ସମୟରେ ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ନିଜର ଅନୁଭବ ଓ ନର୍ଲା ବ୍ଲକରେ କାର୍ଯ୍ୟକାଳ ସମୟର ଅନୁଭୂତି ବଖାଣି ସମସ୍ତ ବ୍ଲକ୍ ଷ୍ଟାଫ ଓ ସରପଞ୍ଚ, ସମିତି ସଦସ୍ୟଙ୍କ ସହଯୋଗିତାକୁ ପ୍ରଶଂସା କରିଥିଲେ ବିଧାୟିକ ଶ୍ରୀମତୀ ମହାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ପ୍ରଶାସନ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରା ଯାଇଥିଲା। ସରପଞ୍ଚ ଓ ସମିତି ସଦସ୍ୟ ମାନେ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ବ୍ଲକ ଷ୍ଟାଫ ମଧ୍ୟ ନବ ନିର୍ବାଚିତା ବିଧାୟିକାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ଶ୍ରୀମତୀ ମହାନ୍ତି ତାଙ୍କର ଇସ୍ତଫା ପତ୍ର ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସେକ୍ସନ ଅଫିସର ଦିଗ ପଧାନ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତ ରାମ ମାଝୀ, ଗୋବିନ୍ଦ ତାଣ୍ଡି, ଟିକେଧର ସାହୁ, ସମିତି ସଦସ୍ୟ ଜୟ ମେହେର, ସମସ୍ତ ସରପଞ୍ଚ ସମିତି ସଦସ୍ୟ ଏଵଂ ବ୍ଲକ ଷ୍ଟାଫଙ୍କ ଉପସ୍ଥିତିରେ ନର୍ଲା ବିଡ଼ିଓ ଶ୍ରୀ ସୁନାଙ୍କୁ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.