ଆଛୁଲି ଛକରେ ଲକ୍ଷ୍ମୀ ବସ ଅଟକ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଚୁଲି ଗ୍ରାମରେ ଲକ୍ଷ୍ମୀ ବସ କୁ ଅଟକ | ଗଞ୍ଜାମ ଜିଲ୍ଲାରେ ଚାଲୁଥିବା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସକୁ ଆଛୁଲି ଛକରେ ଜଣେ ଘରୋଇ ବସ ମାଲିକ ଓ ଅଟୋ ଡ୍ରାଇଭର ମାନେ ବସକୁ ଅଟକ ରଖିଥିଲେ | ଅଟକ ରଖିବାର କାରଣଉପରେ ସେମାନଙ୍କ କହିବା କଥା ଯେବେଠାରୁ ଲକ୍ଷ୍ମୀ ବସ ପୁରୁଷୋତ୍ତମପୁର ବ୍ଳକରେ ଚାଲୁଛି ତାହାର ସମୟ ନିର୍ଘଣ୍ଟ କିଛି ନାହିଁ | ବ୍ଲକ ମଧ୍ୟରୁ ସବୁରୁଟରେ ବସ ଯିବାପାଇଁ କେଉଁଦିନ ସକାଳୁ ୬ ଘଣ୍ଟ ୧୫ ମିନଟ ରେ ବାହାରିବ ତ ଆଉ କେଉଁଦିନ ୬ ଘଣ୍ଟ ୪୦ ମିନଟରେ ବାହାରିବ, ଯାହା ଫଳରେ ସେହି ରୁଟ ରେ ଚାଲୁଥିବା ଘରୋଇ ବସ ଓ ଅଟୋ ଡ୍ରାଇଭର ମାନଙ୍କ ବହୁବିଧ ଅସୁବିଧା ହେଉଛି | ସେମାନଙ୍କ ଜୀବନ ଜୀବିକା ଉପରେ ବହୁ ପ୍ରଭାବ ପଡୁଛି | ତେଣୁ ସେମାନେ ଏହା ଉପରେ ବସର ପରିଚାଳନା ଦାୟିତ୍ୱରେ ଥିବା ମହିଳା ସୁପର ଭାଇଜରଙ୍କୁ ଅବଗତି କରାଇଲେ ମଧ୍ୟ ତାଙ୍କରି ମନମୁଖୀ ଯୋଗୁଁ ଏପରି ଅବସ୍ଥା ହେଉଛି ବୋଲି ସେମାନେ କହିଥିଲେ | ତେବେ ଡ୍ରାଇଭରଙ୍କ କହିବା କଥା, ମୁଁ ବହୁତ ଥର ଘରୋଇ ବସକୁ ଆଗରେ ଛାଡୁଥିଲେ ମଧ୍ୟ ସେମାନେ ଆମ ଉପରେ ଆକ୍ରୋଶ ରଖି ହଇରାଣ ହରକତ କରୁଛନ୍ତି | ମୁଁ ପଛରେ ଗଲେ ମଧ୍ୟ ମୋତେ ସେମାନେ ସବୁବେଳେ ଗାଡ଼ିକୁ ଅଟକାଇ ଏପରି ଅବସ୍ଥା କରୁଛନ୍ତି | ଏପଟେ ଘରୋଇ ବସ ମାଲିକ ଏବଂ ତାଙ୍କ ସଙ୍ଘର କର୍ମକର୍ତ୍ତାଙ୍କ କହିବାକଥା ବସର କୌଣସି ରୁଟ ଚାର୍ଟ ସେମାନେ ଦେଖାଉ ନାହାନ୍ତି କି ଠିକ ସମୟରେ ଲାଇନରେ ଗାଡ଼ି ନେଉନଥିବାରୁ ଆମେ ବାଧ୍ୟ୍ୟ ହୋଇ ତାକୁ ଅଟକାଇ ପଚାରୁ ଥିଲୁ | ତେବେ କିଛି ବସର ଡ୍ରାଇଭର ଓ ମାଲିକ ଏବଂ ଅଟୋଡ୍ରାଇଭର ମାନଙ୍କ ସହ କଥା ବାର୍ତ୍ତା କରି ଏକ ସମାଧାନର ରାସ୍ତା ବାହାର କରାଯାଇ ଥିଲା ଓ ସମସ୍ତେ କାଲିଠାରୁ ଠିକ ନିୟମ ଅନୁସାରେ ଗାଡ଼ି ଚଳାଚଳ କରିବାକୁ କହି ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.