ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି: ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ; ଜାଣନ୍ତୁ, କାହାକୁ ମିଳିଲା କେଉଁ ବିଭାଗ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ ଅଜୟ ତାମତା ଓ ହର୍ଷ ମାଲହୋତ୍ରା ପରିବହନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି। ସେହିପରି ରାଜନାଥ ସିଂଙ୍କୁ ପ୍ରତିରକ୍ଷା, ଅମିତ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଶିବରାଜ ସିଂ ଚୌହାନଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ, ନିର୍ମଳା ସୀତାରମଣଙ୍କୁ ଅର୍ଥ, ଏସ୍‌. ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର, ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ, ସୂଚନା ଓ ପ୍ରସାରଣ, ଚିରାଗ ପାଶଓ୍ବାନଙ୍କୁ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରଣାଳୟ ମିଳିଛି। ଏଚଡି କୁମାରସ୍ବାମୀଙ୍କୁ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ, ପୀୟୂଷ ଗୋୟଲଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, ଜିତନ ରାମ ମାନ୍‌ଝୀଙ୍କୁ ଏମଏସଏମଇ, ସର୍ବାନନ୍ଦ ସୋନେୱାଲଙ୍କୁ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ, ବୀରେନ୍ଦ୍ର କୁମାରଙ୍କୁ ସମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ, ରାମ ମୋହନ ନାଇଡୁ କିଞ୍ଜରାପ୍ପୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଗିରିରାଜ ସିଂଙ୍କୁ ବୟନଶିଳ୍ପ ମନ୍ତ୍ରଣାଳୟ, ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଟେଲିକମ ଓ ଉତ୍ତର ପୂବଆ ରାଜ୍ୟ ବିକାଶ ମନ୍ତ୍ରଣାଳୟ ମିଳିଛି। ଭୂପେନ୍ଦ୍ର ଯାଦବଙ୍କୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ଗଜେନ୍ଦ୍ର ସିଂହ ଶିଖାୱତଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି, ଅନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ, କିରଣ ରିଜିଜୁଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ, ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ମନସୁଖ ମାଣ୍ଡଭ୍ୟଙ୍କୁ ଶ୍ରମ ସହ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜି କିଶନ ରେଡ୍ଡୀଙ୍କୁ କୋଇଲା ଓ ଖଣି ମନ୍ତ୍ରଣାଳୟ, ସିଆର ପାଟିଲଙ୍କୁ ଜଳ ଶକ୍ତି ମନ୍ତ୍ରଣାଳୟ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.